News Room Odisha
BREAKING
Odia

ପବିତ୍ର ମହାଶିବରାତ୍ରିରେ ଆଧ୍ୟାତ୍ମିକ ପରିବେଶ, ସକାଳୁ ସକାଳୁ ମନ୍ଦିର ଓ ଶୈବପୀଠରେ ଭକ୍ତଙ୍କ ସମାଗମ

ଭୁବନେଶ୍ୱର – ଆଜି ମହାଶିବରାତ୍ରି। ଦେବ ଦେବ ମହାଦେବଙ୍କ ପବିତ୍ର ଜାଗର ପର୍ବ । ପାରମ୍ପରିକ ରୀତିନୀତି ଓ ହର୍ଷୋଲ୍ଲାସରେ ସାରାରାଜ୍ୟରେ ପାଳନ କରାଯାଉଛି ମହାଶିବରାତ୍ରି। ଆଜି ଭୋରରୁ ହିଁ ରାଜ୍ୟର ଶିବ ମନ୍ଦିର ଓ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ଭିଡ ଲାଗିରହିଛି। ପ୍ରମୁଖ ଶିବମନ୍ଦିର ଓ ଶୈବପୀଠରେ ମହାଶିବରାତ୍ରି ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର, ଶ୍ରୀଲୋକନାଥ ମନ୍ଦିର, ବାବା ଧବଳେଶ୍ଵର, ବାବା ଆଖଣ୍ଡଳମଣି, ଗୁପ୍ତେଶ୍ୱର ପୀଠକୁ ଭକ୍ତଙ୍କ ସମାଗମ ହୋଇଛି। ମହାଦେବଙ୍କ [...]

Admin•March 8, 2024
Share Article:

ଭୁବନେଶ୍ୱର – ଆଜି ମହାଶିବରାତ୍ରି। ଦେବ ଦେବ ମହାଦେବଙ୍କ ପବିତ୍ର ଜାଗର ପର୍ବ । ପାରମ୍ପରିକ ରୀତିନୀତି ଓ ହର୍ଷୋଲ୍ଲାସରେ ସାରାରାଜ୍ୟରେ ପାଳନ କରାଯାଉଛି ମହାଶିବରାତ୍ରି। ଆଜି ଭୋରରୁ ହିଁ ରାଜ୍ୟର ଶିବ ମନ୍ଦିର ଓ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ଭିଡ ଲାଗିରହିଛି। ପ୍ରମୁଖ ଶିବମନ୍ଦିର ଓ ଶୈବପୀଠରେ ମହାଶିବରାତ୍ରି ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର, ଶ୍ରୀଲୋକନାଥ ମନ୍ଦିର, ବାବା ଧବଳେଶ୍ଵର, ବାବା ଆଖଣ୍ଡଳମଣି, ଗୁପ୍ତେଶ୍ୱର ପୀଠକୁ ଭକ୍ତଙ୍କ ସମାଗମ ହୋଇଛି।

ମହାଦେବଙ୍କ ମହାପର୍ବ ପାଇଁ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର । ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ। ଭୋର ୩ଟାରୁ ନୀତିକାନ୍ତି ଆରମ୍ଭ ହୋଇଛି। ଦିନ୧୧ ଟା ଯାଏଁ ସାହାଣମେଲା ଦର୍ଶନ ହେବ। ଦିନ ୧୨ ଟାରୁ ୧୨ ଟା ୪୫ ଯାଏଁ ମହାସ୍ନାନ ଓ ବେଶ, ଅପରାହ୍ନ ୧୨ ଟା ୪୫ ରୁ ୨ଟା ୩୦ ଯାଏଁ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା କରାଯିବ। ସେହିପରି ଦିନ ୨ଟା ୪୫ ରୁ ୩ଟା ୪୫ ଭୋଗ ମଣ୍ଡପ, ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ମଧ୍ୟରେ ସନ୍ଧ୍ୟା ଆଳତି ହେବ। ସନ୍ଧ୍ୟା ୭ଟା ୩୦ରୁ ୮ଟା ୧୦ ପ୍ରଭୁ ଲିଙ୍ଗରାଜଙ୍କ ମାଜଣା ନୀତି କରାଯିବ। ରାତି ୮ଟା ୧୦ ରୁ ୮ଟା ୫୫ ପ୍ରଭୁ ଲିଙ୍ଗରାଜଙ୍କ ଯାତ୍ରା ପୂଜା ଓ ବେଢା, ୮ଟା ୫୫ ରୁ ରାତି ୧୦ଟା ମଧ୍ୟରେ ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ସରିବା ପରେ ମହାଦୀପ ଉଠିବ ।

#Odia#Odisha#News
Share Article:

Related Articles