News Room Odisha
BREAKING
Odia

ଚେକ୍ ରିପବ୍ଲିକର କ୍ରିଷ୍ଟିନା ପିଜକୋଭା ପିନ୍ଧିଲେ ମିସ୍ ଓ୍ବାର୍ଲ୍ଡ ମୁକୁଟ, ଭାରତର ସିନି ଶେଟ୍ଟୀ ସପ୍ତମ

ମୁମ୍ବାଇ: ଚେକ୍ ରିପବ୍ଲିକର କ୍ରିଷ୍ଟିନା ପିଜକୋଭା ପିନ୍ଧିଛନ୍ତି ‘ମିସ୍ ୱାର୍ଲ୍ଡ’ ମୁକୁଟ । ୧୯୯୬ ପରେ ଦ୍ୱିତୀୟ ଥର ଭାରତରେ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତା । ଶନିବାର ରାତିରେ ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ କ୍ରିଷ୍ଟିନା ପିଜକୋଭା ୨୦୨୪ର ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଛନ୍ତି । ଲେବାନନର ୟାସିମିନ ଆଜାଇଟାଉନ ପ୍ରଥମ ରନର୍ ଅପ୍ ହୋଇଥିବାବେଳେ ଭାରତର ସିନି ଶେଟ୍ଟୀ ସପ୍ତମ ସ୍ଥାନରେ ରହିଥିଲେ । ମିସ୍ ଓ୍ବାର୍ଲ୍ଡ ପ୍ରତିଯୋଗିତା ମେ ୨୦୨୩ରେ ୟୁଏଇରେ ଅନୁଷ୍ଠିତ ହେବାର [...]

Admin•March 10, 2024
Share Article:
ମୁମ୍ବାଇ: ଚେକ୍ ରିପବ୍ଲିକର କ୍ରିଷ୍ଟିନା ପିଜକୋଭା ପିନ୍ଧିଛନ୍ତି ‘ମିସ୍ ୱାର୍ଲ୍ଡ’ ମୁକୁଟ । ୧୯୯୬ ପରେ ଦ୍ୱିତୀୟ ଥର ଭାରତରେ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତା । ଶନିବାର ରାତିରେ ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ କ୍ରିଷ୍ଟିନା ପିଜକୋଭା ୨୦୨୪ର ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଛନ୍ତି ।
ଲେବାନନର ୟାସିମିନ ଆଜାଇଟାଉନ ପ୍ରଥମ ରନର୍ ଅପ୍  ହୋଇଥିବାବେଳେ ଭାରତର ସିନି ଶେଟ୍ଟୀ ସପ୍ତମ ସ୍ଥାନରେ ରହିଥିଲେ ।
ମିସ୍ ଓ୍ବାର୍ଲ୍ଡ ପ୍ରତିଯୋଗିତା ମେ ୨୦୨୩ରେ ୟୁଏଇରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ସେପ୍ଟେମ୍ବରରେ ଭାରତରେ ଏହା ଆୟୋଜିତ ହେବ ବୋଲି ଜୁନ୍ ମାସରେ ଘୋଷଣା କରାଯାଇଥିଲା। ପୁଣି କୌଣସି କାରଣରୁ ଏହି ଇଭେଣ୍ଟ ଡିସେମ୍ବର ହେବ ବୋଲି  କୁହାଯାଇଥିଲା ଏବଂ ପରେ ମାର୍ଚ୍ଚକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ ମିସ୍ ଓ୍ବାର୍ଲ୍ଡ ପ୍ରତିଯୋଗିତା ୨୦୨୫ରେ ଅନୁଷ୍ଠିତ ହେବ ।
#Odia#Odisha#News
Share Article:

Related Articles