News Room Odisha
BREAKING
Odia

ଇବ୍ ନଦୀରେ ବୁଡ଼ିଯାଇ ନିଖୋଜ କାକା ଓ ଦୁଇ ପୁତୁରାଙ୍କ ମୃତଦେହ ଠାବ

ସୁନ୍ଦରଗଡ଼ – ଇବ ନଦୀରେ ଭାସି ନିଖୋଜ ହୋଇଯାଇଥିବା ଗୋଟିଏ ପରିବାରର ତିନି ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ନାବାଳକ ଓ ସେମାନଙ୍କ କକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁନ୍ଦରଗଡ଼ ସହର ନିକଟସ୍ଥ ସେମିନାରେ ଇବ୍ ନଦୀରେ ଗତକାଲି ଗାଧୋଉଥିବା ବେଳେ କାକା ମହମ୍ମଦ ସାଜିଦ ( ୩୫ ବର୍ଷ ) ଓ ଦୁଇ ପୁତୁରା ମହମ୍ମଦ ଫରହାନ ( ୧୫) ଓ ମହମ୍ମଦ ରିଜୱନ ( ୧୭ ) ଭାସି ଯାଇଥିଲେ । [...]

Admin•March 10, 2024
Share Article:

ସୁନ୍ଦରଗଡ଼ – ଇବ ନଦୀରେ ଭାସି ନିଖୋଜ ହୋଇଯାଇଥିବା ଗୋଟିଏ ପରିବାରର ତିନି ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ନାବାଳକ ଓ ସେମାନଙ୍କ କକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁନ୍ଦରଗଡ଼ ସହର ନିକଟସ୍ଥ ସେମିନାରେ ଇବ୍ ନଦୀରେ ଗତକାଲି ଗାଧୋଉଥିବା ବେଳେ କାକା ମହମ୍ମଦ ସାଜିଦ ( ୩୫ ବର୍ଷ ) ଓ ଦୁଇ ପୁତୁରା ମହମ୍ମଦ ଫରହାନ ( ୧୫) ଓ ମହମ୍ମଦ ରିଜୱନ ( ୧୭ ) ଭାସି ଯାଇଥିଲେ । ଗତକାଲି ମହମ୍ମଦ ଫରହାନଙ୍କ ଜନ୍ମଦିନ ପାଳନ କରିବା ପାଇଁ ପରିବାର ଲୋକେ ସେମିନାକୁ ଯାଇଥିଲେ। ସେଠାରେ ଇବ୍ ନଦୀ କୂଳରେ ସେମାନେ ଭୋଜିର ଆୟୋଜନ କରିଥିଲେ। ଭୋଜି ଖାଇ ସାରିବା ପରେ ମହମ୍ମଦ ଫରହାନ ଓ ମହମ୍ମଦ ରିଜୱାନ ଇବ୍ ନଦୀକୁ ଗାଧୋଇବାକୁ ଯାଇଥିଲେ । ବୁଡ଼ି ଯାଉଥିବା ବେଳେ ସେମାନେ ପାଟି କରିବାରୁ ସେମାନଙ୍କୁ ଉଦ୍ଧାର କରିବାକୁ ନଦୀ ଭିତରକୁ କକା ମହମ୍ମଦ ସାଜିଦ ମଧ୍ୟ ବୁଡ଼ି ଯାଇଥିଲେ।

ତିନି ଜଣ ବୁଡ଼ି ଯାଉଥିବା ଦେଖି ପରିବାରର ଅନ୍ୟ ସଦସ୍ୟମାନେ ପାଟିତୁଣ୍ଡ କରିବା ପରେ ଗ୍ରାମବାସୀ ସେଠାରେ ରୁଣ୍ଡ ହୋଇଥିଲେ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ପର୍ଯ୍ୟନ୍ତ ସେମାନଙ୍କୁ ଖୋଜିଥିଲେ ମଧ୍ୟ କାହାରି ପତ୍ତା ମିଳି ନଥିଲା। ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ। ଆଜି ତିନିଜଣଙ୍କର ମୃତଦେହ ମିଳିଥିଲା।ମହମ୍ମଦ ଫରହାନ ଓ ମହମ୍ମଦ ରିଜୱାନଙ୍କ ମୃତଦେହ ମିଳିଥିଲା।

#Odia#Odisha#News
Share Article:

Related Articles