News Room Odisha
BREAKING
Odia

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବେଣ୍ଟ ଓ ବସନ୍ତ ଭ୍ରମଣ ନୀତି ସମ୍ପର୍ଣ୍ଣ

ମହାପ୍ରଭୁ ଜଗନ୍ନାଥଙ୍କ ବେଣ୍ଟ ବା ଶିକାର ନୀତି,ଯାହା ମହାପ୍ରଭୁଙ୍କ ବସନ୍ତ ଭ୍ରମଣ ନୀତି ଅଟେ। ଫାଲଗୁନ ଶୁକ୍ଳ ପ୍ରତିପ୍ରଦ, ଚତୁର୍ଥୀ, ଅଷ୍ଟମୀ, ଦ୍ଵାଦଶୀ ତିଥିରେ ଅନୁଷ୍ଠିତ ହୁଏ। ଶ୍ରୀରାମ ଯେହେତୁ କ୍ଷତ୍ରିୟ ଥିଲେ ଏବଂ ଶିକାର କ୍ଷତ୍ରିୟର ଏକ ଧର୍ମ ଅଟେ। ତେଣୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀରାମ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ବେଣ୍ଟନୀତି ପାଇଁ ବିଜେ ହୁଅନ୍ତି। ମଙ୍ଗଳ ଆଳତି ପରେ ଚଳନ୍ତି ବିଗ୍ରହ ଶ୍ରୀରାମ ଏକ ଖଣ୍ଡ ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠ [...]

Admin•March 12, 2024
Share Article:

ମହାପ୍ରଭୁ ଜଗନ୍ନାଥଙ୍କ ବେଣ୍ଟ ବା ଶିକାର ନୀତି,ଯାହା ମହାପ୍ରଭୁଙ୍କ ବସନ୍ତ ଭ୍ରମଣ ନୀତି ଅଟେ। ଫାଲଗୁନ ଶୁକ୍ଳ ପ୍ରତିପ୍ରଦ, ଚତୁର୍ଥୀ, ଅଷ୍ଟମୀ, ଦ୍ଵାଦଶୀ ତିଥିରେ ଅନୁଷ୍ଠିତ ହୁଏ। ଶ୍ରୀରାମ ଯେହେତୁ କ୍ଷତ୍ରିୟ ଥିଲେ ଏବଂ ଶିକାର କ୍ଷତ୍ରିୟର ଏକ ଧର୍ମ ଅଟେ। ତେଣୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀରାମ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ବେଣ୍ଟନୀତି ପାଇଁ ବିଜେ ହୁଅନ୍ତି। ମଙ୍ଗଳ ଆଳତି ପରେ ଚଳନ୍ତି ବିଗ୍ରହ ଶ୍ରୀରାମ ଏକ ଖଣ୍ଡ ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୁଷ୍କରିଣୀକୁ ବିଜେ ହୁଅନ୍ତି। ସେଠାରେ ୬ ଟି ପଇଡକୁ ମୃଗର ପ୍ରତୀକ ଭାବେ ରଖାଯାଏ। ରାମଙ୍କୁ ସ୍ପର୍ଶ କରି ୫ ଟି ପଇଡ଼ଙ୍କୁ ଶରବିଧ କରାଯାଏ ଓ ଅନ୍ୟ ଗୋଟିଏ ପଇଡ଼ କୁ ଅକ୍ଷତ ଛାଡି ଦିଆଯାଏ। ତା ପରେ ରାମଚନ୍ଦ୍ର ଙ୍କୁ ପଞ୍ଚାମୃତରେ ମହାସ୍ନାନ, ବେଶ, ପଞ୍ଚ ଉପଚାର ରେ ଶୀତଳ ଭୋଗ , ବନ୍ଦାପନା ହୁଏ। ଏହା ପରେ ରାମଚନ୍ଦ୍ର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରନ୍ତି। ଏହି ନ୍ୟାୟରେ ଫାଲଗୁନ ଶୁକ୍ଳ ପ୍ରତିପଦା ତିଥିରେ ପାରମ୍ପରିକ ଭାବେ ଏହି ବେଣ୍ଟନୀତି ସମ୍ପର୍ଣ୍ଣ ହୋଇଛି।

#Odia#Odisha#News
Share Article:

Related Articles