News Room Odisha
BREAKING
Odia

ଆଜିଠୁ ଭୁବନେଶ୍ୱର -ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

ଭୁବନେଶ୍ୱର – ଓଡିଶା ଦେଇ ଆଜିଠୁ ଗଡିଲା ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ । ଭୁବନେଶ୍ୱର – ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ କରିଛନ୍ତି। ଓଡିଶାରେ ଏହା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ ଖୋର୍ଦ୍ଧା ରୋଡ, ବାଲୁଗାଁ, ବ୍ରହ୍ମପୁର, ଇଚ୍ଛାପୁରମ, ପଲାସା, ଶ୍ରୀକାକୁଲମ ରୋଡ ଏବଂ ବିଜୟନଗରମ୍‌ଠାରେ ରହିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ ୬ଦିନ [...]

Admin•March 12, 2024
Share Article:

ଭୁବନେଶ୍ୱର – ଓଡିଶା ଦେଇ ଆଜିଠୁ ଗଡିଲା ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ । ଭୁବନେଶ୍ୱର – ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ କରିଛନ୍ତି। ଓଡିଶାରେ ଏହା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ ଖୋର୍ଦ୍ଧା ରୋଡ, ବାଲୁଗାଁ, ବ୍ରହ୍ମପୁର, ଇଚ୍ଛାପୁରମ, ପଲାସା, ଶ୍ରୀକାକୁଲମ ରୋଡ ଏବଂ ବିଜୟନଗରମ୍‌ଠାରେ ରହିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ ୬ଦିନ ଚାଲିବ।

ଏହା ପୂର୍ବରୁ ଓଡ଼ିଶାରେ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଥିଲା । ପୁରୀ -ହାୱଡା ଏବଂ ପୁରୀ – ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବ୍ୟସ୍ତବହୁଳ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଅଧିକ ଚଳାଚଳ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ ।

#Odia#Odisha#News
Share Article:

Related Articles