News Room Odisha
BREAKING
Odia

ଦୁଇ ବିଚାରାଧୀନ କଏଦୀ ଚମ୍ପଟ ଘଟଣାରେ ଟିଟିଲାଗଡ଼ ସବଜେଲ୍ ୱାର୍ଡେନ ନିଲମ୍ବିତ

ଟିଟିଲାଗଡ଼ – ଟିଟିଲାଗଡ଼ ସବ୍ ଜେଲରୁ ଗତ ୯ ତାରିଖ ରାତିରେ ୨ ଜଣ ବିଚାରାଧୀନ କଏଦୀ ଚମ୍ପଟ ମାରିବା ଘଟଣାରେ ଜେଲ୍ ୱାର୍ଡେନ ଦାନୀ ଦୋରାଙ୍କୁ ନିଲମ୍ବିତ କରିଛନ୍ତି ପଶ୍ଚିମାଞ୍ଚଳ ଜେଲ୍‌ ଡିଆଇଜି କୁଳମଣି ବେହେରା । ଜେଲ୍‌ ୱାର୍ଡେନଙ୍କ ଅବହେଳାରୁ ଦୁଇ ହତ୍ୟା ଅଭିଯୁକ୍ତ କଏଦୀ ଫେରାର ହୋଇଯାଇଛନ୍ତି ବୋଲି ପଶ୍ଚିମାଞ୍ଚଳ ଜେଲ୍‌ ଡିଆଇଜି କହିଛନ୍ତି । ସେ କହିଛନ୍ତି ଯେ, ୱାର୍ଡେନ ଉଭୟ ଅଭିଯୁକ୍ତଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିଲେ। ଏହାର ସୁଯୋଗ [...]

Admin•March 12, 2024
Share Article:

ଟିଟିଲାଗଡ଼ – ଟିଟିଲାଗଡ଼ ସବ୍ ଜେଲରୁ ଗତ ୯ ତାରିଖ ରାତିରେ ୨ ଜଣ ବିଚାରାଧୀନ କଏଦୀ ଚମ୍ପଟ ମାରିବା ଘଟଣାରେ ଜେଲ୍ ୱାର୍ଡେନ ଦାନୀ ଦୋରାଙ୍କୁ ନିଲମ୍ବିତ କରିଛନ୍ତି ପଶ୍ଚିମାଞ୍ଚଳ ଜେଲ୍‌ ଡିଆଇଜି କୁଳମଣି ବେହେରା । ଜେଲ୍‌ ୱାର୍ଡେନଙ୍କ ଅବହେଳାରୁ ଦୁଇ ହତ୍ୟା ଅଭିଯୁକ୍ତ କଏଦୀ ଫେରାର ହୋଇଯାଇଛନ୍ତି ବୋଲି ପଶ୍ଚିମାଞ୍ଚଳ ଜେଲ୍‌ ଡିଆଇଜି କହିଛନ୍ତି । ସେ କହିଛନ୍ତି ଯେ, ୱାର୍ଡେନ ଉଭୟ ଅଭିଯୁକ୍ତଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିଲେ। ଏହାର ସୁଯୋଗ ନେଇ ସେମାନେ ପ୍ରାୟ ୧୪ ଫୁଟର କାନ୍ଥ ଡେଇଁ ଫେରାର ହୋଇଯାଇଥିଲେ। ଗତକାଲି ଟିଟିଲାଗଡ଼ ଜେଲ୍ ଯାଇ କଏଦୀ ଚମ୍ପଟ ଘଟଣାର ତଦନ୍ତ କରିଥିଲେ ଡିଆଇଜି କୁଳମଣି ବେହେରା ।

#Odia#Odisha#News
Share Article:

Related Articles