ସ୍ମାର୍ଟ ଭିଲେଜ୍ କଲରାବାଙ୍କରେ କିମ୍ସ ଗ୍ରାମୀଣ ଡାକ୍ତରଖାନା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ସ୍ମାର୍ଟ ଭିଲେଜ୍ କଲରାବାଙ୍କଠାରେ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କିମ୍ସ ଗ୍ରାମୀଣ ଡାକ୍ତରଖାନା ଏବଂ କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ ଡାକ୍ତରଖାନାର ଭିତ୍ତି ରଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ହସ୍ପିଟାଲ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଫଳ ହେବ। ସ୍ମାର୍ଟ ଭିଲେଜ୍ କଲରାବାଙ୍କ ପାଇଁ ଏହି ହସ୍ପିଟାଲ ଏକ ନୂଆ [...]
ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ସ୍ମାର୍ଟ ଭିଲେଜ୍ କଲରାବାଙ୍କଠାରେ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କିମ୍ସ ଗ୍ରାମୀଣ ଡାକ୍ତରଖାନା ଏବଂ କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ ଡାକ୍ତରଖାନାର ଭିତ୍ତି ରଖିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ହସ୍ପିଟାଲ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଫଳ ହେବ। ସ୍ମାର୍ଟ ଭିଲେଜ୍ କଲରାବାଙ୍କ ପାଇଁ ଏହି ହସ୍ପିଟାଲ ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ନିଜ ଗାଁ ପାଇଁ ନିଜ ଜନ୍ମମାଟି ପାଇଁ କିଛି କରିବା ହେଉଛି ଜୀବନର ଶ୍ରେଷ୍ଠ ସନ୍ତୋଷ। କଲରାବାଙ୍କ ଗାଁର ରୂପାନ୍ତର ପାଇଁ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ ଆମେ ସମସ୍ତେ ଯଦି ନିଜ ଗାଁ ନିଜ ମାଟି ପାଇଁ ଦାୟିତ୍ୱର ସହ କାମ କରିବା ତେବେ ରୂପାନ୍ତର ଲକ୍ଷ୍ୟ ଖୁବ୍ ଶୀଘ୍ର ପୂରଣ ହେବ।
କିମ୍ସ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି ୧୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ କରାଯାଉଥିବା ଜାଣି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ ଯେ ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଆମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ମହତ ଲକ୍ଷ୍ୟ ନେଇ ଆମେ କାମ କରୁଛୁ ଏବଂ ଓଡିଶାର ସବୁ ପରିବାର ଯେପରି ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ତାକୁ ଆମେ ପ୍ରାଧାନ୍ୟ ଦେଇ କାମ କରୁଛୁ ବୋଲି କହିଥିଲେ। ଏ ଦିଗରେ ଆମ ହସ୍ପିଟାଲ, ବିଏସକେଓ୍ବାଇ, ବିଏସକେଓ୍ବାଇ ନବୀନ କାର୍ଡ
ଆଦି ଯୋଜନା କାର୍ଯ୍ୟକାରୀ କରାଯାଇଛି। ସରକାରଙ୍କ ଏହି ଉଦ୍ୟମରେ କିମ୍ସ ପରି ଘରୋଇ ସଂସ୍ଥା ଗୁଡିକର ଯୋଗଦାନ ଆମର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆହୁରି ମଜବୁତ୍ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ କିମ୍ସର ପ୍ରତିଷ୍ଠାତା ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ସମାଜର ଦୁଇଟି ଅପରିହାର୍ଯ୍ୟ ଦିଗ । ମୁଖ୍ୟମନ୍ତ୍ରୀ ଏହି ଦୁଇଟି ଦିଗକୁ ଗୁରୁତ୍ୱର ସହ ନେଇ ଏହାର ବିକାଶ ଜରିଆରେ ଶୀର୍ଷରେ ପହଞ୍ଚାଇଛନ୍ତି। ମୁଖ୍ୟମନ୍ତ୍ରୀ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉନ୍ନତିକୁ ସମାନ ଭାବେ ପ୍ରାଧାନ୍ୟ ଦେଇଥାନ୍ତି। ଆଜି କଲରାବାଙ୍କ ଗ୍ରାମରେ ସହର ଭଳି ସମସ୍ତ ସୁବିଧା ଉପଲବ୍ଧ କରାଯାଇଛି। ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ ୫-ଟି ଅଧ୍ୟକ୍ଷଙ୍କ ପ୍ରୋତ୍ସାହନ ପ୍ରଶଂସନୀୟ ଅଟେ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନିଜ ଜନ୍ମ ମାଟି ଓ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ମହତ ଯୋଗଦାନକୁ ପ୍ରଶଂସା କରି କହିଥିଲେ ଯେ ଅଚ୍ୟୁତ ବାବୁଙ୍କ ଏହି ମହାନ ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।
ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଥିଲେ ଯେ ସମୟ ଥିଲା ଓଡିଶାବାସୀ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଉଥିଲେ। ଆଜି ଅନ୍ୟ ରାଜ୍ୟରୁ ଲୋକ ଆସୁଛନ୍ତି ଏଠାରେ ଚିକିତ୍ସିତ ହେବା ପାଇଁ ଓ ପାଠ ପଢିବା ପାଇଁ । ଏ ସବୁ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ କାର୍ଯ୍ୟକ୍ରମ ପାଇଁ। କଲରାବାଙ୍କର ଏହି ଅତ୍ୟାଧୁନିକ ହସ୍ପିଟାଲ ଅଞ୍ଚଳବାସୀଙ୍କ ସହିତ ଜିଲ୍ଲା ତଥା ପଡୋଶୀ ଜିଲ୍ଲାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ ଯେ, ଏହି ହସ୍ପିଟାଲରେ ୨୪ ଘଣ୍ଟିଆ ଆପାତକାଳୀନ ସେବା, ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା, ଅତ୍ୟାଧୁନିକ ରୋଗ ନିଦାନ କେନ୍ଦ୍ର, ଆଇସିୟୁ, ସିଟିସ୍କାନ, ଏଚ୍ଡିୟୁ, ଏମ୍ଆରଆଇ, କ୍ୟାବିନ୍, ଅଲଟ୍ରାସାଉଣ୍ଡ, ଓଟି, ଅତ୍ୟାଧୁନିକ ପରୀକ୍ଷାଗାର, ଜେନେରାଲ ୱାର୍ଡ, ଫିଜିଓଥେରାପି କେନ୍ଦ୍ର ଭଳି ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସେବା କିମ୍ସ ପକ୍ଷରୁ ଉପଲବ୍ଧ କରାଯାଇଛି। ଏହି ହସ୍ପିଟାଲ ବିଏସକେଓ୍ବାଇ ହିତାଧିକାରୀ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।
ଭିତ୍ତି ଦିଆଯାଇଥିବା ହସ୍ପିଟାଲଗୁଡିକ ହେଲା ବଲାଙ୍ଗିର, ଭବାନୀପାଟଣା, ବାରିପଦା, କେନ୍ଦୁଝର, ବାଲେଶ୍ୱର, ପୁରୀ, ସୁନ୍ଦରଗଡ, ସମ୍ବଲପୁର, କୋରାପୁଟ, ଶିବପୁର (ଜଗତସିଂହପୁର), ଲୁଣିବାହାଲ ଓ ମନମୁଣ୍ଡା (ବୌଦ୍ଧ), ପାଣିକୋଇଲି (ଯାଜପୁର), ବାଲିଗୁଡା, ଫୁଲବାଣୀ ଓ ଜି. ଉଦୟଗିରି ( କନ୍ଧମାଳ), ଦଶପଲ୍ଲା (ନୟାଗଡ) ଏବଂ ଭଞ୍ଜନଗର ଓ ନରସିଂହପୁର (ଗଞ୍ଜାମ) । ଏହି ସମସ୍ତ ହସ୍ପିଟାଲରେ ସମ୍ପୃକ୍ତ ଜିଲ୍ଲାର ୧୫୦ ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଦିଆଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।
କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।
ଦୁଇ ବିଚାରାଧୀନ କଏଦୀ ଚମ୍ପଟ ଘଟଣାରେ ଟିଟିଲାଗଡ଼ ସବଜେଲ୍ ୱାର୍ଡେନ ନିଲମ୍ବିତ
Next ArticleCM Naveen Inaugurates KIMS Rural Hospital, Kalarabank Smart Village
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
