News Room Odisha
BREAKING
Odia

ନିର୍ବାଚନୀ ବଣ୍ଡ୍ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଗୁରୁବାର ନିଜ ୱେବସାଇଟରେ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଅପଲୋଡ୍ କରିଛନ୍ତି। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମାର୍ଚ୍ଚ ୧୨ରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେଇଥିଲା । ଏହା ମାର୍ଚ୍ଚ ୧୫ ଅପରାହ୍ନ ୫ଟା ସୁଦ୍ଧା ନିଜ ଓ୍ବେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ କହିଥିଲେ ସୁପ୍ରିମକୋର୍ଟ। ତେବେ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ କମିଶନ ଏହି ତଥ୍ୟ ସାର୍ବଜନୀନ କରିଛନ୍ତିି। ଏକ [...]

Admin•March 14, 2024
Share Article:

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଗୁରୁବାର ନିଜ ୱେବସାଇଟରେ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଅପଲୋଡ୍ କରିଛନ୍ତି। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମାର୍ଚ୍ଚ ୧୨ରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେଇଥିଲା । ଏହା ମାର୍ଚ୍ଚ ୧୫ ଅପରାହ୍ନ ୫ଟା ସୁଦ୍ଧା ନିଜ ଓ୍ବେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ କହିଥିଲେ ସୁପ୍ରିମକୋର୍ଟ। ତେବେ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ କମିଶନ ଏହି ତଥ୍ୟ ସାର୍ବଜନୀନ କରିଛନ୍ତିି।

ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ କହି ରଦ୍ଦ କରିଥିଲେ । ଏହି ଯୋଜନା ଅଭିବ୍ୟକ୍ତିର ସ୍ୱାଧୀନତା ଓ ସୂଚନା ଅଧିକାରର‌ ଉଲ୍ଲଙ୍ଘନ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ନିର୍ବାଚନୀ ବଣ୍ଡ୍ ଜରିଆରେ ରାଜନୈତିକ ଦଳ ମାନଙ୍କୁ କେତେ ଚାନ୍ଦା ମିଳିଛି ଓ କେଉଁମାନେ ଚାନ୍ଦା ଦେଇଛନ୍ତି ସେନେଇ ସମସ୍ତ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ଦାଖଲ କରିବାକୁ ସୁପ୍ରିମକୋର୍ଟ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏସବିଆଇ ଏହି ପ୍ରକ୍ରିୟା ସମୟ ସାପେକ୍ଷ କହି ଜୁନ ୩୦ ପର୍ଯ୍ୟନ୍ତ ମହଲତ ମାଗିଥିଲା । ମାର୍ଚ୍ଚ ୧୧ରେ ସୁପ୍ରିମକୋର୍ଟ ଏସବିଆଇ ଆବେଦନ ଖାରଜ କରିଥିଲେ ଓ ମାର୍ଚ୍ଚ ୧୨ ସୁଦ୍ଧା ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

#Odia#Odisha#News
Share Article:

Related Articles