ରାଜ୍ୟ ଶ୍ରମ ସଂସ୍ଥାନରେ ଦକ୍ଷତା ସମ୍ପନ୍ନ ବାଷ୍ପୀୟ ପରିଚାଳକମାନଙ୍କ ପାଇଁ ତାଲିମ କର୍ମଶାଳା
ଭୁବନେଶ୍ୱର – ଶ୍ରମ ବିଭାଗ ଦ୍ବାରା ରାଜ୍ୟରେ ଅବସ୍ଥାପିତ ବାଷ୍ପୀୟ ପ୍ଳାଣ୍ଟ ଗୁଡିକର ଦୁର୍ଘଟଣା ଶୂନ୍ୟ ଏବଂ ସୁରକ୍ଷିତ ପରିଚାଳନ ନିମନ୍ତେ ସେସବୁରେ ନିୟୋଜିତ ଦକ୍ଷତା ସମ୍ପନ୍ନ ବାଷ୍ପୀୟ ପରିଚାଳକ ମାନଙ୍କର ଏକ ଦୁଇଦିନିଆ ତାଲିମ କର୍ମଶାଳା ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶ୍ରମ ସଂସ୍ଥାନ ଉପାଧ୍ୟକ୍ଷ ଏବଂ ଶ୍ରମ ବିଭାଗର କମିଶନର ତଥା ଶାସନ ସଚିବ ଆର .ଏସ୍ ଗୋପାଳନ ତାଲିମ କର୍ମଶାଳାକୁ ଉଦଘାଟନ କରିଥିଲେ । ବାଷ୍ପୀୟ ପ୍ଳାଣ୍ଟଗୁଡିକର ନିରାପଦ ପରିଚାଳନା [...]
ଭୁବନେଶ୍ୱର – ଶ୍ରମ ବିଭାଗ ଦ୍ବାରା ରାଜ୍ୟରେ ଅବସ୍ଥାପିତ ବାଷ୍ପୀୟ ପ୍ଳାଣ୍ଟ ଗୁଡିକର ଦୁର୍ଘଟଣା ଶୂନ୍ୟ ଏବଂ ସୁରକ୍ଷିତ ପରିଚାଳନ ନିମନ୍ତେ ସେସବୁରେ ନିୟୋଜିତ ଦକ୍ଷତା ସମ୍ପନ୍ନ ବାଷ୍ପୀୟ ପରିଚାଳକ ମାନଙ୍କର ଏକ ଦୁଇଦିନିଆ ତାଲିମ କର୍ମଶାଳା ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶ୍ରମ ସଂସ୍ଥାନ ଉପାଧ୍ୟକ୍ଷ ଏବଂ ଶ୍ରମ ବିଭାଗର କମିଶନର ତଥା ଶାସନ ସଚିବ ଆର .ଏସ୍ ଗୋପାଳନ ତାଲିମ କର୍ମଶାଳାକୁ ଉଦଘାଟନ କରିଥିଲେ । ବାଷ୍ପୀୟ ପ୍ଳାଣ୍ଟଗୁଡିକର ନିରାପଦ ପରିଚାଳନା ନିମନ୍ତେ ଦକ୍ଷତା ସମ୍ପନ୍ନ ପରିଚାଳକମାନଙ୍କର ପ୍ରମୁଖ ଭୂମିକା ଥିବାରୁ ସେମାନେ ପାରଦର୍ଶୀ ହେବା ସହିତ ଦାୟିତ୍ବ ସମ୍ପନ୍ନ ହେଲେ ବାଷ୍ପ ବିସ୍ଫୋରଣ ଏବଂ ଅଗ୍ନି ଜନିତ ଅଘଟଣକୁ ସହଜରେ ଏଡ଼ାଇ ଦିଆଯାଇ ବହୁ ଧନଜୀବନକୁ ଆସନ୍ନ ଏବଂ ସମ୍ଭାବ୍ୟ ବିପଦରୁ ରକ୍ଷା କରିବା ସମ୍ଭବ ହୋଇ ପାରିବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗ ଅତିରିକ୍ତ ଶାସନ ସଚିବ ନୀତି ରଞ୍ଜନ ସେନ ଶ୍ରମିକମାନଙ୍କର ବୃତ୍ତିଗତ ସୁରକ୍ଷା ଏବଂ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଶିଳ୍ପାୟନରେ ଦୁର୍ଘଟଣା ହ୍ରାସ ପାଇଁ ସଂସ୍ଥାନ ବିଭିନ୍ନ ତାଲିମ କାର୍ଯ୍ୟକ୍ରମମାନ କ୍ରମାଗତ ଭାବେ ଆୟୋଜିତ କରୁଥିବା ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି କାରଖାନା ଏବଂ ବାଷ୍ପୀତ୍ର ଉପ ନିର୍ଦ୍ଦେଶକ ସୁରକ୍ଷା ଡଃ ମଳୟ କୁମାର ପ୍ରଧାନ ତାଲିମ ଦ୍ବାରା ଦୁର୍ଘଟଣା ନିୟନ୍ତ୍ରଣ ସମ୍ଭବ ହୋଇପାରିବ ବୋଲି କହିଥିଲେ । ପୂର୍ବରୁ ରାଜ୍ୟର ବିଭିନ୍ନ ବାଷ୍ପୀୟ ପ୍ଳାଣ୍ଟରେ ନିୟୋଜିତ ୧୦୦ ଜଣ ଦକ୍ଷତା ସମ୍ପନ୍ନ ପରିଚାରକ ତାଲିମପ୍ରାପ୍ତ ହୋଇ ସାରିଥିବା ବେଳେ ଚଳିତ ଦୁଇଦିନିଆ କର୍ମଶାଳା ରେ ଆଜି ୫୦ ଜଣ ଯୋଗ ଦେଇଥିବା ବେଳେ ଆସନ୍ତାକାଲି ଉକ୍ତ କର୍ମଶାଳାର ଅନ୍ତିମ ଦିବସରେ ଆଉ ୫୦ ଜଣ ଦକ୍ଷତା ସମ୍ପନ୍ନ ବାଷ୍ପୀୟ ପରିଚାଳକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ନିର୍ବାଚନୀ ବଣ୍ଡ୍ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିଶନ
Next ArticleBJD Holds Crucial Meeting on Poll Strategies
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
