ଭାରତୀୟ ଧର୍ମ ଚେତନାରେ ପଞ୍ଚାୟତନ ଉପାସନା କଣ?
ଭାରତୀୟ ଧର୍ମ ଚେତନାରେଏହି ପଞ୍ଚାୟତନକୁ ପାଞ୍ଚଭାଗରେ ବିଭକ୍ତ କରାଯାଇଛି। ଯଥା :- (୧)ବୈଷ୍ଣବ ପଞ୍ଚାୟତନ, (୨)ଶାକ୍ତ ପଞ୍ଚାୟତନ, (୩)ଶୈବ ପଞ୍ଚାୟତନ, (୪) ସୌର ପଞ୍ଚାୟତନ, (୫)ଗାଣପତ୍ୟ ପଞ୍ଚାୟତନ। ଏହି ପଞ୍ଚାୟତନରେ ପଞ୍ଚାୟତନର ମୁଖ୍ୟ ଦେବତା ମଝିଭାଗରେ ବିରାଜମାନ କରନ୍ତି ଏବଂ ଅନ୍ୟ ଚାରିଜଣ ଦେବତା ତାଙ୍କୁ ଘେରି ଚାରିପାଖରେ ବିରାଜମାନ କରନ୍ତି। ଏହି ପଞ୍ଚାୟତନରେ ପଞ୍ଚଦେବତା ଙ୍କ ବିଗ୍ରହର ଉପାସନା ହୁଏନାହିଁ। ଏହି ପଞ୍ଚାୟତନରେ ପଞ୍ଚଦେବତା ଙ୍କ ସ୍ବୟଂମ୍ଭୁ ପ୍ରାକୃତିକ ଶିଳାର ଉପାସନା ହୁଏ। ଯାହା ସିଧାସଳଖ [...]
ଭାରତୀୟ ଧର୍ମ ଚେତନାରେଏହି ପଞ୍ଚାୟତନକୁ ପାଞ୍ଚଭାଗରେ ବିଭକ୍ତ କରାଯାଇଛି।
ଯଥା :- (୧)ବୈଷ୍ଣବ ପଞ୍ଚାୟତନ, (୨)ଶାକ୍ତ ପଞ୍ଚାୟତନ, (୩)ଶୈବ ପଞ୍ଚାୟତନ, (୪) ସୌର ପଞ୍ଚାୟତନ, (୫)ଗାଣପତ୍ୟ ପଞ୍ଚାୟତନ। ଏହି ପଞ୍ଚାୟତନରେ ପଞ୍ଚାୟତନର ମୁଖ୍ୟ ଦେବତା ମଝିଭାଗରେ ବିରାଜମାନ କରନ୍ତି ଏବଂ ଅନ୍ୟ ଚାରିଜଣ ଦେବତା ତାଙ୍କୁ ଘେରି ଚାରିପାଖରେ ବିରାଜମାନ କରନ୍ତି। ଏହି ପଞ୍ଚାୟତନରେ ପଞ୍ଚଦେବତା ଙ୍କ ବିଗ୍ରହର ଉପାସନା ହୁଏନାହିଁ। ଏହି ପଞ୍ଚାୟତନରେ ପଞ୍ଚଦେବତା ଙ୍କ ସ୍ବୟଂମ୍ଭୁ ପ୍ରାକୃତିକ ଶିଳାର ଉପାସନା ହୁଏ। ଯାହା ସିଧାସଳଖ ପ୍ରକୃତିରୁ ପ୍ରାପ୍ତ ହୋଇଥାଏ।
ଶାସ୍ତ୍ର ଅନୁଯାୟୀ ଏହି ଶିଳାକୁ ସ୍ଥାପନ କରିବାର ଆବଶ୍ୟକତା ନଥାଏ। କାରଣ ଏହି ବିଗ୍ରହରେ ପ୍ରତ୍ୟକ୍ଷ ରୂପେ ଦେବତା ବିରାଜମାନ କରିଥିବାରୁ ଏହା ସ୍ବୟଂ ପ୍ରତିଷ୍ଠିତ ଅଟେ। ସେହି ଶିଳା ଗୁଡିକ :-
୧) ବିଷ୍ଣୁଶିଳା ବା ଶାଳଗ୍ରାମ:- ଏହା ନେପାଳର ଗଣ୍ଡକୀ ଶକ୍ତିପୀଠର ନିକଟରେ ଥିବା ଗଣ୍ଡକୀ ନଦୀରୁ ପ୍ରାପ୍ତ ହୋଇଥାଏ। ଏହା ପ୍ରାକୃତିକ ଉପାୟରେ ନିର୍ମିତ।
୨) ଶିବଶିଳା ବା ବାଣଲିଙ୍ଗ:- ଏହା ଭାରତର ମଧ୍ୟପ୍ରଦେଶର ଓଁକାରେଶ୍ବର ଜ୍ୟୋତିର୍ଲିଙ୍ଗ ନିକଟରେ ଥିବା ନର୍ମଦା ନଦୀର ମହେଶ୍ବରଘାଟ ରୁ ପ୍ରାପ୍ତ ହୋଇଥାଏ। ବସ୍ତୁତଃ ସମସ୍ତ ବାଣଲିଙ୍ଗ ନର୍ମଦେଶ୍ବର କିନ୍ତୁ ସବୁ ନର୍ମଦେଶ୍ବର ବାଣଲିଙ୍ଗ ନୁହଁନ୍ତି।
୩) ଶକ୍ତିଶିଳା ବା ସୁବର୍ଣ୍ଣମୂଖୀ:- ଏହା ଭାରତର ଆନ୍ଧ୍ରପ୍ରଦେଶର ଶ୍ରୀକାଳହସ୍ତୀଶ୍ବର ପୀଠ ନିକଟରେ ଥିବା ସ୍ବର୍ଣ୍ଣାମୂଖୀ ନଦୀରୁ ପ୍ରାପ୍ତ ହୋଇଥାଏ। ଏହା ଦେଖିବାକୁ ସୁନା ପରି ଅଟେ।
୪) ସୂର୍ଯ୍ୟଶିଳା ବା ସ୍ଫଟିକ:- ଏହା ଭାରତର ତାମିଲନାଡୁର ଅଗୌରୀ ଅମ୍ମନ୍ ଦେବୀଙ୍କ ପୀଠ ନିକଟରେ ଥିବା ଭଲ୍ଲମ୍ ନଦୀ ଗର୍ଭରୁ ପ୍ରାପ୍ତ ହୋଇଥାଏ
୫) ଗଣେଶଶିଳା ବା ସୋନଭଦ୍ର:- ଏହା ଭାରତର ଛତିଶଗଡ଼ର ଅମରକଣ୍ଟକ ମନ୍ଦିର ନିକଟରେ ଥିବା ସୋନନଦୀ ରୁ ପ୍ରାପ୍ତ ହୋଇଥାଏ।
ଏହିସବୁ ପବିତ୍ର ଶିଳା ସ୍ୱୟଂଭୁ ହୋଇଥିବାରୁ ଏହାଙ୍କ ର ପ୍ରାଣ ପ୍ରତିଷ୍ଠା ହୋଇ ନଥାଏ ବରଂ ଏମାନେ ସର୍ବାଗ୍ରେ ପୂଜିତ ହେବାପରେ ସମସ୍ତ ପ୍ରତିଷ୍ଠିତ ଦେବଦେବୀ ଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥାଏ। ଭାରତୀୟ ଧର୍ମ ପରମ୍ପରା ରେ ପଞ୍ଚଦେଵ ଉପାସନା ସର୍ବ ପ୍ରାଚୀନ୍ନ ଅଟେ। ତେଣୁ ଏହି ପଞ୍ଚାୟତନ ପୂଜା ପଞ୍ଚଦେଵ ପୂଜନର ଏକ ସାଙ୍କେତିକ ଭାବ କୁ ଗ୍ରହଣ କରିଥାଏ।
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleକାଳବୈଶାଖୀ ଯୋଗୁଁ କମିଛି ତାତି, ୨୧ ଯାଏଁ ଅନେକ ଜିଲ୍ଲାରେ ବଜ୍ରପାତ ସହ ଝଡବର୍ଷା ଆଶଙ୍କା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
