News Room Odisha
BREAKING
Odia

କାଳବୈଶାଖୀ ଯୋଗୁଁ କମିଛି ତାତି, ୨୧ ଯାଏଁ ଅନେକ ଜିଲ୍ଲାରେ ବଜ୍ରପାତ ସହ ଝଡବର୍ଷା ଆଶଙ୍କା

ଭୁବନେଶ୍ୱର – ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି । ଅନେକ ଅଞ୍ଚଳରେ ଗରମରୁ ଆଶ୍ୱସ୍ତି ମିଳିଛି । ବିଶେଷକରି ଅପରାହ୍ନରେ ବିଜୁଳି ଘଡଘଡି ସହ ବର୍ଷା ଯୋଗୁଁ ତାପମାତ୍ରା ଅପେକ୍ଷାକୃତ ହ୍ରାସ ପାଇଛି। ତେବେ, ଆସନ୍ତା ଚାରିଦିନ ରାଜ୍ୟରେ ବଜ୍ରପାତ ସହ ଝଡବର୍ଷା ଆଶଙ୍କା ନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ। ଏଥିପାଇଁ ମାର୍ଚ୍ଚ ୧୯ ତାରିଖରେ ୧୨ଟି ଜିଲ୍ଲାକୁ ଅରେଞ୍ଜ ଓ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି [...]

Admin•March 18, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି । ଅନେକ ଅଞ୍ଚଳରେ ଗରମରୁ ଆଶ୍ୱସ୍ତି ମିଳିଛି । ବିଶେଷକରି ଅପରାହ୍ନରେ ବିଜୁଳି ଘଡଘଡି ସହ ବର୍ଷା ଯୋଗୁଁ ତାପମାତ୍ରା ଅପେକ୍ଷାକୃତ ହ୍ରାସ ପାଇଛି। ତେବେ, ଆସନ୍ତା ଚାରିଦିନ ରାଜ୍ୟରେ ବଜ୍ରପାତ ସହ ଝଡବର୍ଷା ଆଶଙ୍କା ନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ। ଏଥିପାଇଁ ମାର୍ଚ୍ଚ ୧୯ ତାରିଖରେ ୧୨ଟି ଜିଲ୍ଲାକୁ ଅରେଞ୍ଜ ଓ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ସହ କୁଆପଥର ବର୍ଷା ସମ୍ଭାବନା ରହିଛି। ୨୦ରେ କଟକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ପାରଦ ୨ରୁ ୪ ଡିଗ୍ରୀ ଯାଏ ହ୍ରାସ ପାଇବ । କିଛି ସ୍ଥାନରେ ୩୯ ଡିଗ୍ରୀ ଯାଏ ରହିପାରେ ତାପମାତ୍ରା । ତେବେ ୨୨ ତାରିଖରେ ପ୍ରଚଣ୍ଡ ତାତି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

#Odia#Odisha#News
Share Article:

Related Articles