News Room Odisha
BREAKING
Odia

ଗତ ୨୪ ଘଣ୍ଟାରେ ଗନ୍ଦିଆରେ ସର୍ବାଧିକ ୭୨.୨ ମିମି ବର୍ଷା ରେକର୍ଡ

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ଲାଗି ରହିଛି। ଆଜି ସକାଳୁ ଅନେକ ଜିଲ୍ଲାରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ଗନ୍ଦିଆରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗନ୍ଦିଆରେ ୭୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ଭୁବନରେ ୭୨ମିମି, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ୬୮ମିମି, ବୈ।ଦ୍ଧ ଜିଲ୍ଲାର କଣ୍ଟାମାଳରେ ୬୬.୨, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ୬୬ ମିମି ବର୍ଷା ରେକର୍ଡ ହୋଇଛି। ମଙ୍ଗଳବାରଠାରୁ [...]

Admin•March 20, 2024
Share Article:

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ଲାଗି ରହିଛି। ଆଜି ସକାଳୁ ଅନେକ ଜିଲ୍ଲାରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ଗନ୍ଦିଆରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗନ୍ଦିଆରେ ୭୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ଭୁବନରେ ୭୨ମିମି, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ୬୮ମିମି, ବୈ।ଦ୍ଧ ଜିଲ୍ଲାର କଣ୍ଟାମାଳରେ ୬୬.୨, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ୬୬ ମିମି ବର୍ଷା ରେକର୍ଡ ହୋଇଛି। ମଙ୍ଗଳବାରଠାରୁ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ଯାଏଁ ଏଭଳି ସ୍ଥିତି ଲାଗି ରହିବ ।

#Odia#Odisha#News
Share Article:

Related Articles