News Room Odisha
BREAKING
Odia

ଆଜିଠୁ ପାଗରେ ପରିବର୍ତ୍ତନ, ଅଧିକାଂଶ ସ୍ଥାନରେ ୮-୧୦ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର – ଦୁଇ ଦିନ ଧରି ବର୍ଷା ହେଲା ପରେ ଆଜିଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ଅନେକ ଜିଲ୍ଲାରେ ଆଜିଠୁ ପାରଦ ଉପରମୁହାଁ ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜିଠୁ ଆସନ୍ତା ୨୪ ତାରିଖ ମଧ୍ୟରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ସମ୍ଭାବନା ରହିଛି। ତେବେ ଆଜି ମଧ୍ୟ କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, [...]

Admin•March 21, 2024
Share Article:

ଭୁବନେଶ୍ୱର – ଦୁଇ ଦିନ ଧରି ବର୍ଷା ହେଲା ପରେ ଆଜିଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ଅନେକ ଜିଲ୍ଲାରେ ଆଜିଠୁ ପାରଦ ଉପରମୁହାଁ ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜିଠୁ ଆସନ୍ତା ୨୪ ତାରିଖ ମଧ୍ୟରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ସମ୍ଭାବନା ରହିଛି। ତେବେ ଆଜି ମଧ୍ୟ କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର ଓ ଢେ଼ଙ୍କାନାଳ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି।

#Odia#Odisha#News
Share Article:

Related Articles