News Room Odisha
BREAKING
Odia

ଏନପିଏସ ଅର୍ଥ ହଡପ କରି ବନ୍ଧାହେଲେ ବିଇଓ

ଫୁଲବାଣୀ – ଟଙ୍କା ହଡ଼ପ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଶିକ୍ଷାଧିକାରୀ ରସାନନ୍ଦ କରଙ୍କୁ ଗିରଫ କରାଯାଇଛି । ଜାତୀୟ ପେନସନ୍ ସିଷ୍ଟମ ( ଏନପିଏସ ) ଅର୍ଥ ସେ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ବିଇଓ ରସାନନ୍ଦ ଏନପିଏସରୁ ୨୦ ଲକ୍ଷ ଟଙ୍କା ହଡ଼ପ କରି ସେୟାର ମାର୍କେଟରେ ଲଗାଇଥିଲେ। ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷକମାନଙ୍କ ନ୍ୟାସନାଲ ପେନସନ ସିଷ୍ଟମର ୨୦ ଲକ୍ଷ ଟଙ୍କା ବେଆଇନ ଭାବେ ଉଠାଣ କରି ବିଇଓ ନିଜ [...]

Admin•March 21, 2024
Share Article:

ଫୁଲବାଣୀ – ଟଙ୍କା ହଡ଼ପ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଶିକ୍ଷାଧିକାରୀ ରସାନନ୍ଦ କରଙ୍କୁ ଗିରଫ କରାଯାଇଛି । ଜାତୀୟ ପେନସନ୍ ସିଷ୍ଟମ ( ଏନପିଏସ ) ଅର୍ଥ ସେ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ବିଇଓ ରସାନନ୍ଦ ଏନପିଏସରୁ ୨୦ ଲକ୍ଷ ଟଙ୍କା ହଡ଼ପ କରି ସେୟାର ମାର୍କେଟରେ ଲଗାଇଥିଲେ। ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷକମାନଙ୍କ ନ୍ୟାସନାଲ ପେନସନ ସିଷ୍ଟମର ୨୦ ଲକ୍ଷ ଟଙ୍କା ବେଆଇନ ଭାବେ ଉଠାଣ କରି ବିଇଓ ନିଜ ଆକାଉଣ୍ଟକୁ ନେଇଥିଲେ ଏବଂ ସେହି ଅର୍ଥକୁ ସେୟାର ମାର୍କେଟରେ ବିନିଯୋଗ କରିଥିଲେ। ସରକାରୀ ଅର୍ଥ ତୋଷାରପାତ ହୋଇଥିବା ଭିଜିଲାନ୍ସ ଅବଗତ ହେଲା ପରେ ରସାନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତାଙ୍କୁ ଅଟକ ରଖି ପଚରାଉଚରା କଲା ପରେ ଗିରଫ କରାଯାଇଛି ‌।

#Odia#Odisha#News
Share Article:

Related Articles