News Room Odisha
BREAKING
Odia

ତଦନ୍ତ ଶେଷ ନକରି ଅଭିଯୁକ୍ତକୁ ଅନିର୍ଦ୍ଦିଷ୍ଟ କାଳ ଜେଲରେ ରଖିବା ନେଇ ଇଡିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ବାରମ୍ବାର ଅତିରିକ୍ତ ଚାର୍ଜସିଟ ଦାଖଲକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତିି। ଏଭଳି କରି ଇଡି ଅଭିଯୁକ୍ତକୁ ଜାମିନ ଅଧିକାରରୁ ବଞ୍ଚିତ କରୁଛି । ବିନା ବିଚାରଣାରେ ଅଭିଯୁକ୍ତଙ୍କୁ ଅନିର୍ଦ୍ଦିଷ୍ଟ କାଳ ଜେଲରେ ରଖାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ଏକ ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ [...]

Admin•March 21, 2024
Share Article:

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ବାରମ୍ବାର ଅତିରିକ୍ତ ଚାର୍ଜସିଟ ଦାଖଲକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତିି। ଏଭଳି କରି ଇଡି ଅଭିଯୁକ୍ତକୁ ଜାମିନ ଅଧିକାରରୁ ବଞ୍ଚିତ କରୁଛି । ବିନା ବିଚାରଣାରେ ଅଭିଯୁକ୍ତଙ୍କୁ ଅନିର୍ଦ୍ଦିଷ୍ଟ କାଳ ଜେଲରେ ରଖାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ଏକ ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ ।‌ ଇଡି ଏହି ମାମଲାରେ ୪ଟି ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିସାରିଛି ।

ଖଣ୍ଡପୀଠ ଇଡି ତରଫରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁଙ୍କୁ କହିଥିଲେ, ଚାରିଟି ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ ସତ୍ତ୍ବେ ଏହି ମାମଲାର ତଦନ୍ତ ଆହୁରି ଚାଲିଛି।

କୋର୍ଟ କହିଥିଲେ, ଆମେ ଆପଣଙ୍କୁ (ଇଡି) ନୋଟିସ୍ ଦେଉଛୁ। ଆପଣ ମାମଲାର ତଦନ୍ତ ଶେଷ ନକରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିପାରିବେ ନାହିଁ | ବିନା ବିଚାରଣାରେ କୌଣସି ବ୍ୟକ୍ତିଙ୍କୁ ଜେଲରେ ବେଶୀ ଦିନ ରଖାଯାଇପାରିବ ନାହିଁ | ଏହା ବେଆଇନ ଅଟକ ସହିତ ସମାନ ଏବଂ ଜଣେ ବ୍ୟକ୍ତିର ସ୍ୱାଧୀନତାକୁ ପ୍ରଭାବିତ କରିଥାଏ । ଏପରି କିଛି ମାମଲାରେ ଆମକୁ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି କୋର୍ଟ କଡ଼ା ଭାଷାରେ ଇଡିକୁ କହିଥିଲେ।

ଜଷ୍ଟିସ ଖାନ୍ନା କହିଥିଲେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରି ଜଣେ ଅଭିଯୁକ୍ତକୁ ସ୍ବତଃ ଜାମିନ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। ବିନା ବିଚାରଣାରେ ଆବେଦନକାରୀ ୧୮ ମାସ ଧରି ଜେଲରେ ରହିଛନ୍ତି । ଇଡି ଗୋଟିଏ ପରେ ଗୋଟିଏ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରୁଛି, ଯାହା ବିଚାରଣା ପ୍ରକ୍ରିୟାକୁ ବିଳମ୍ବ କରୁଛି ।

ସର୍ବୋଚ୍ଚ ଅଦାଲତ ଇଡିକୁ ଏକ ମାସ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୯ରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

#Odia#Odisha#News
Share Article:

Related Articles