News Room Odisha
BREAKING
Odia

ବିଜେଡିରେ ମିଶିଲେ ହାତ ଛାଡ଼ିଥିବା ବଲାଙ୍ଗୀରର ଟାଣୁଆ ନେତା ସୁରେନ୍ଦ୍ର ସିଂ ଭୋଇ

ଭୁବନେଶ୍ୱର – ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ । ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ସୁରେନ୍ଦ୍ର ସି‌ଂହ ଭୋଇ । ଟୁକୁନି ସାହୁ, ସସ୍ମିତ ପାତ୍ର, ଅଧିରାଜ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସୁରେନ୍ଦ୍ର। ସୂଚନାଯୋଗ୍ୟ ଯେ, ନୂଆପଡ଼ା ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ପରେ ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ଟାଣୁଆ ନେତା ଭାବେ ସୁରେନ୍ଦ୍ର [...]

Admin•March 29, 2024
Share Article:

ଭୁବନେଶ୍ୱର – ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ।

ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ସୁରେନ୍ଦ୍ର ସି‌ଂହ ଭୋଇ ।

ଟୁକୁନି ସାହୁ, ସସ୍ମିତ ପାତ୍ର, ଅଧିରାଜ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସୁରେନ୍ଦ୍ର। ସୂଚନାଯୋଗ୍ୟ ଯେ, ନୂଆପଡ଼ା ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ପରେ ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ଟାଣୁଆ ନେତା ଭାବେ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସୁରେନ୍ଦ୍ର ତିନି ଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବଲାଙ୍ଗୀର ଜିଲ୍ଲା ସଇଁତଳା ଆସନରୁ ୧୯୯୫ ଓ ୨୦୦୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସୁରେନ୍ଦ୍ର ଟିଟିଲାଗଡ଼ରୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ସରକାର ଅମଳରେ ସେ କିଛି ମାସ ପରିବେଶ, ଜଙ୍ଗଲ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ । ତାଙ୍କ ବାପା ମଧ୍ୟ ଜଣେ ପୋଖତ ରାଜନୀତିଜ୍ଞ ଥିଲେ ।

#Odia#Odisha#News
Share Article:

Related Articles