News Room Odisha
BREAKING
Odia

ଜାତୀୟ ଡ୍ୟାନ୍ସ ସୋ’ରେ ଚମକିଲେ ବ୍ରହ୍ମପୁରର ଆଦର୍ଶ

ବ୍ରହ୍ମପୁର: ମାତ୍ର ଆଠ ବର୍ଷ ବୟସରେ ଜାତୀୟସ୍ତରର ଟିଭି ଚ୍ୟାନେଲର ଡ୍ୟାନ୍ସ ସୋ’ରେ ଏମିତି ଚମକିଛନ୍ତି ଯେ ନୃତ୍ୟରେ ବିଶାରଦ ବିଶିଷ୍ଟ ବଲିଉଡ୍ ଭେଟେରାନ୍ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ମଧ୍ୟ ଉଚ୍ଚ ପ୍ରଶଂସା କରିବାରୁ ନିଜକୁ ରୋକିପାରି ନାହାନ୍ତି। ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀ ମଧ୍ୟ ଏହି ଛୋଟ ବାଳକଟିର ନୃତ୍ୟ ଅଙ୍ଗୀଭଙ୍ଗୀକୁ ପ୍ରଶଂସା କରିଛନ୍ତି। ଏହି ଉଦୀୟମାନ କୁନି ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ନୀଳାଦ୍ରି ବିହାରର ଆଦର୍ଶ ପାତ୍ର। ତାଙ୍କୁ ବିଚାରକମାନେ ଡ୍ୟାନ୍ସ ଉସ୍ତାଦ, ଏକ୍ସପ୍ରେସନ୍ [...]

Admin•March 29, 2024
Share Article:

ବ୍ରହ୍ମପୁର: ମାତ୍ର ଆଠ ବର୍ଷ ବୟସରେ ଜାତୀୟସ୍ତରର ଟିଭି ଚ୍ୟାନେଲର ଡ୍ୟାନ୍ସ ସୋ’ରେ ଏମିତି ଚମକିଛନ୍ତି ଯେ ନୃତ୍ୟରେ ବିଶାରଦ ବିଶିଷ୍ଟ ବଲିଉଡ୍ ଭେଟେରାନ୍ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ମଧ୍ୟ ଉଚ୍ଚ ପ୍ରଶଂସା କରିବାରୁ ନିଜକୁ ରୋକିପାରି ନାହାନ୍ତି। ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀ ମଧ୍ୟ ଏହି ଛୋଟ ବାଳକଟିର ନୃତ୍ୟ ଅଙ୍ଗୀଭଙ୍ଗୀକୁ ପ୍ରଶଂସା କରିଛନ୍ତି। ଏହି ଉଦୀୟମାନ କୁନି ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ନୀଳାଦ୍ରି ବିହାରର ଆଦର୍ଶ ପାତ୍ର। ତାଙ୍କୁ ବିଚାରକମାନେ ଡ୍ୟାନ୍ସ ଉସ୍ତାଦ, ଏକ୍ସପ୍ରେସନ୍ ମାଷ୍ଟର୍ ବୋଲି ମଧ୍ୟ କହି ତାଙ୍କ ନୃତ୍ୟ ପ୍ରତିଭାର ଭରପୁର ପ୍ରଶଂସା କରିଛନ୍ତି।

ସମ୍ପୂର୍ଣ୍ଣ କୁମାର ଓ ରଶ୍ମିତା ରାଣୀଙ୍କ ସୁପୁତ୍ର ଆଦର୍ଶ ବ୍ରହ୍ମପୁର ଡିଏଭି ପବ୍ଲିକ୍ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ର। ସ୍କୁଲ ଯିବା ଆରମ୍ଭ ବେଳୁ ସେ ନୃତ୍ୟ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ। ଟିଭି ଦେଖି ନାଚି ଉଠୁଥିଲେ ସେ। ପୁଅର ଏଭଳି ପ୍ରତିଭା ଦେଖି ବାପା ମାଆ ତାଙ୍କୁ ପେଷାଦାର ଡ୍ୟାନ୍ସ ପ୍ରଶିକ୍ଷକ ମାନଙ୍କ ଦ୍ବାରା ତାଲିମ ପ୍ରଦାନ ଆରମ୍ଭ କରିଥିଲେ। ବୟସ ବଢ଼ିବା ସହ ପାଠ ସାଙ୍ଗକୁ ଆଦର୍ଶ ବିଭିନ୍ନ ଓଡ଼ିଆ ଟିଭି ଚ୍ୟାନେଲର ଡ୍ୟାନ୍ସ‌ ସୋ’, ରିଅଲିଟୀ ସୋ’ରେ ନିଜ ଝଲକ ପ୍ରଦର୍ଶିତ କରିଥିଲେ। ଜିଲ୍ଲା ଓ ରାଜ୍ୟର ନୃତ୍ୟ ମଞ୍ଚରେ ତାଙ୍କ ପ୍ରଦର୍ଶନ ଦର୍ଶକଙ୍କ ମନ ମୋହୁଥିଲା। ଭୁବନେଶ୍ବର, କୋଲକାତା ପରେ ମୁମ୍ବାଇ ଅଡିସନରେ କ୍ବାଲିଫାଏ କରି ଟିଭି ଚ୍ୟାନେଲର ସୋ’ରେ ଭାଗ ନେଇଥିଲେ ଏହି କୁନି ନୃତ୍ୟ ଶିଳ୍ପୀ। ସାରା ଦେଶର ଶ୍ରେଷ୍ଠ ୧୦୦ ପ୍ରତିଯୋଗୀଙ୍କ ସହ କଣ୍ଟେଷ୍ଟ କରି ଟପ୍ ୧୮ରେ ସ୍ଥାନ ପାଇଥିଲେ ଆଦର୍ଶ। ଡ୍ୟାନ୍ସ ଦିଓ୍ବାନେ ପରେ ଏବେ ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ସେ।

#Odia#Odisha#News
Share Article:

Related Articles