ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଲାଙ୍ଗିର ଗସ୍ତ
ବଲାଙ୍ଗିର: ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ବଲାଙ୍ଗିର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସେ ମତଦାନ କେନ୍ଦ୍ର ଗୁଡିକରେ ପାନୀୟଜଳ , ବିଦ୍ୟୁତ , ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ, ଶୌଚାଳୟ, ଏବଂ ଖରାରୁ ବର୍ତ୍ତିବା ପାଇଁ ଶେଡ ଆଦିକୁ ଗୁରୁତ୍ଵ ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ । [...]
ବଲାଙ୍ଗିର: ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ବଲାଙ୍ଗିର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସେ ମତଦାନ କେନ୍ଦ୍ର ଗୁଡିକରେ ପାନୀୟଜଳ , ବିଦ୍ୟୁତ , ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ, ଶୌଚାଳୟ, ଏବଂ ଖରାରୁ ବର୍ତ୍ତିବା ପାଇଁ ଶେଡ ଆଦିକୁ ଗୁରୁତ୍ଵ ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ । ପିଂକ ବୁଥ , ହୋମ ଭୋଟିଂ , ବାଲାଟ ପେପର , ଭୋଟ ହାର ବୃଦ୍ଧି ଓ ନୂତନ ଭୋଟର ସଚେତନତା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ନିର୍ବାଚନ ପ୍ରକ୍ରିୟାକୁ ପ୍ରଯୁକ୍ତି ବ୍ୟବହାର ଦ୍ୱାରା ଆହୁରି ସରଳ କରିହେବ ବୋଲି ସୂଚନା ଦେବାସହ ଆପ ବ୍ୟବହାର ଉପରେ ପର୍ଯ୍ୟାପ୍ତ କୁଶଳୀ ହେବାକୁ କହିଥିଲେ । ସି ଭିଜିଲ ଆପ , ଆଦର୍ଶ ଆଚରଣ ବିଧି , ଖର୍ଚ୍ଚ ବିବରଣୀ ଟିମ , ଆଦି ଟିମ ଗୁଡିକର କାର୍ଯ୍ୟ ପଦ୍ଧତି ମଧ୍ୟ ସମୀକ୍ଷା ହୋଇଥିଲା ।
ଦ୍ଵିତୀୟ ପର୍ଯ୍ୟାୟରେ ଦୁଇ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଥିଲେ । ସମ୍ବେଦନଶୀଳ ବୁଥ ତଥା ନକ୍ସଲ ପ୍ରବଣ ଅଞ୍ଚଳରେ ଚେକପୋଷ୍ଟ, ପୋଲିସ ପେଟ୍ରୋଲିଙ୍ଗ ଉପରେ ଅଧିକ ଧ୍ୟାନ ଦେବାକୁ କହିଥିଲେ । ଅବୈଧ କାରବାର, ଅବକାରୀ ଦ୍ରବ୍ୟ ରୋକିବାକୁ ଅଧିକ ଚେକପୋଷ୍ଟ ସହ ପୋଲିସ ମୁତୟନ ଜରୁରୀ ବୋଲି କହିଥିଲେ । ଲାଇସେନ୍ସ ବନ୍ଧୁକ ଜମା କରିବା ସହିତ ନିର୍ବାଚନ କୁ ଅବାଧ , ମୁକ୍ତ ଓ ଶାନ୍ତିପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ । ସମସ୍ତ ଅଧିକାରୀ ନିଜ ଦାୟୀତ୍ଵ ଶତ ପ୍ରତିଶତ ସଠିକ ଭାବେ ପାଳନ କରିବା ପାଇଁ କହିଥିଲେ ।
ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି, ଆରଡିସି (ସମ୍ବଲପୁର) ଶ୍ରୀକାନ୍ତ ପୃଷ୍ଟି , ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ , ବଲାଙ୍ଗିର ଜିଲ୍ଲାପାଳ ଗୌରବ ଗୌରୱ ଶିୱାଜୀ ଇସଲୱାରଙ୍କ, ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ, ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଖିଲାରୀ ୠଷିକେଶ ଦ୍ୟାନଦେଓ, ଉଭୟ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ , ସମସ୍ତ ନିର୍ବାଚନ ସମ୍ବନ୍ଧୀୟ କମିଟି ଓ ସଂଯୁକ୍ତ ଅଧିକାରୀମାନେ ସାମିଲ ଥିଲେ । ଏହି ଗସ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ ଷ୍ଟ୍ରଙ୍ଗ ରୁମ ସରକାରୀ ଆଇଟିଆଇ ପରିଦର୍ଶନ କରିଥିଲେ ।
ଜାତୀୟ ଡ୍ୟାନ୍ସ ସୋ’ରେ ଚମକିଲେ ବ୍ରହ୍ମପୁରର ଆଦର୍ଶ
Next Articleଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
