News Room Odisha
BREAKING
Odia

ଗ୍ରୀଷ୍ମପ୍ରବାହ ଜାରି : ଦିନ ୨ଟା ୩୦ ସୁଦ୍ଧା ୭ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ

ଭୁବନେଶ୍ୱର – ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆଜି ବି ଟାଣ ଖରା ଅନୁଭୂତ ହୋଇଛି। ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ ଅଧିକ ରହିଛି। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରାଜ୍ୟର ୭ଟି ସହରର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସରୁ ଅଧିକ ରହିଥିଲା । ୩୮ ଦଶମିକ ୪ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଚାନ୍ଦବାଲିରେ ତାପମାତ୍ରା ଥିଲା ୩୮.୨ ଡିଗ୍ରୀ ସେଲସିୟସ। ରାଉରକେଲାରେ ୩୭.୮, [...]

Admin•March 30, 2024
Share Article:

ଭୁବନେଶ୍ୱର – ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆଜି ବି ଟାଣ ଖରା ଅନୁଭୂତ ହୋଇଛି। ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ ଅଧିକ ରହିଛି। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରାଜ୍ୟର ୭ଟି ସହରର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସରୁ ଅଧିକ ରହିଥିଲା । ୩୮ ଦଶମିକ ୪ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଚାନ୍ଦବାଲିରେ ତାପମାତ୍ରା ଥିଲା ୩୮.୨ ଡିଗ୍ରୀ ସେଲସିୟସ।

ରାଉରକେଲାରେ ୩୭.୮, ସମ୍ବଲପୁରରେ ୩୭.୭, କେନ୍ଦୁଝରରେ ୩୭.୬, ହୀରାକୁଦରେ ୩୭.୫, ଭୁବନେଶ୍ୱରରେ ୩୭, ବାଲେଶ୍ୱରରେ ୩୩, ପୁରୀରେ ୩୩ .୩, ପାରାଦୀପରେ ୩୨.୨ ଓ ଗୋପାଳପୁରରେ ୩୧.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

#Odia#Odisha#News
Share Article:

Related Articles