ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ ଗୋପାଳପୁର ବତିଘର
ବ୍ରହ୍ମପୁର: ଗୋପାଳପୁର ବତିଘର ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ। ଟୁରିଷ୍ଟମାନେ ମାତ୍ର ୧୦ ଟଙ୍କାର ଟିକେଟ କାଟି ଏହାର ୧୫୪ଟି ବୃତ୍ତାକାର ପାହାଚ ଚଢି ଶୀର୍ଷକୁ ପହଞ୍ଚିପାରିବେ। ସେହି ୪୫ ମିଟର ଉଚ୍ଚରୁ ଦିଗବଳୟ ପର୍ଯ୍ୟନ୍ତ ବିସ୍ତୃତ ଗଭୀର ସମୁଦ୍ରର ନୀଳ ଜଳରାଶି, ଦୂରରେ ଯାଆସ କରୁଥିବା ଜାହାଜ, ସମୁଦ୍ର ତଟର ପ୍ରାକୃତିକ ସୌନ୍ଦର୍ଯ୍ୟ ସମେତ ବେଳାଭୂମି ସହର ଗୋପାଳପୁରର ସ୍କାଏ ଭିୟୁ ଦେଖି ଆନନ୍ଦ ଉପଭୋଗ କରିପାରିବେ। ଏହାବାଦେ ବତିଘର ପରିସରରେ ନୂଆ କରି ନିର୍ମିତ [...]
ବ୍ରହ୍ମପୁର: ଗୋପାଳପୁର ବତିଘର ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ। ଟୁରିଷ୍ଟମାନେ ମାତ୍ର ୧୦ ଟଙ୍କାର ଟିକେଟ କାଟି ଏହାର ୧୫୪ଟି ବୃତ୍ତାକାର ପାହାଚ ଚଢି ଶୀର୍ଷକୁ ପହଞ୍ଚିପାରିବେ। ସେହି ୪୫ ମିଟର ଉଚ୍ଚରୁ ଦିଗବଳୟ ପର୍ଯ୍ୟନ୍ତ ବିସ୍ତୃତ ଗଭୀର ସମୁଦ୍ରର ନୀଳ ଜଳରାଶି, ଦୂରରେ ଯାଆସ କରୁଥିବା ଜାହାଜ, ସମୁଦ୍ର ତଟର ପ୍ରାକୃତିକ ସୌନ୍ଦର୍ଯ୍ୟ ସମେତ ବେଳାଭୂମି ସହର ଗୋପାଳପୁରର ସ୍କାଏ ଭିୟୁ ଦେଖି ଆନନ୍ଦ ଉପଭୋଗ କରିପାରିବେ। ଏହାବାଦେ ବତିଘର ପରିସରରେ ନୂଆ କରି ନିର୍ମିତ ପିଲାଙ୍କ ପାଇଁ ପାର୍କ, ଓ୍ବାଟର୍ ଫାଉଣ୍ଟେନ୍, ଦୋଳି, ବସିବା ପାଇଁ ବ୍ୟବସ୍ଥା, ସେଲଫି ପଏଣ୍ଟ ସମେତ ରେଷ୍ଟୁରାଣ୍ଟ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟର ଉପଯୋଗ କରିପାରିବେ। ଆଗାମୀ ଦିନରେ ଉପରକୁ ଯିବା ପାଇଁ ଲିଫ୍ଟ ବ୍ୟବସ୍ଥା କରାଯିବ। ସମ୍ଭବତଃ ଆସନ୍ତା ମାସରୁ ବତିଘର ପୁଣି ଥରେ ପର୍ଯ୍ୟଟକଙ୍କ ସକାଶେ ଖୋଲିଯିବ।
୨୦୧୩ରୁ ସୁରକ୍ଷାଜନିତ କାରଣରୁ ବତିଘରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରି ଦିଆଯାଇଥିଲା। ୨୦୧୨ରୁ ବତିଘର ଉପରେ ଉପକୂଳ ସୁରକ୍ଷା ହେତୁ ତଟରକ୍ଷୀ ବାହିନୀ ଦ୍ଵାରା ସେନସର୍ ରାଡାର୍ ସଂଯୋଗ କରାଯାଇଥିଲା। ଏହାଦ୍ଵାରା ସମୁଦ୍ରରେ ଯାତାୟତ କରୁଥିବା ଜାହାଜ ଉପରେ ନଜର ରଖିବା ସହ ଚଳାଚଳ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଉଥିଲା। ଏଣୁ ବତିଘର ଉପରକୁ ଯିବା ବାରଣ ହୋଇଥିଲା। ବତିଘର ଶିଖରରେ ଲାଗିଥିବା ଯନ୍ତ୍ରପାତିକୁ ନିକଟରେ ନିର୍ମାଣ ଚାଲିଥିବା ଟାୱାରରେ ଖଞ୍ଜି ଦିଆଯିବା ପରେ ପର୍ଯ୍ୟଟକଙ୍କୁ ବତିଘର ଉପରକୁ ଯିବା ପାଇଁ ଅନୁମତି ଦିଆଯିବ ବୋଲି କହିଛନ୍ତି ଏହି ବତିଘର ଅଧିକାରୀ ଏସ.କେ.ପାଢ଼ୀ।
ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବାକୁ ଗୋପାଳପୁରରେ ନିକଟ ଅତୀତରେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଦ୍ୱାରା ଏଠାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି। ସ୍ଥାନୀୟ ସହରବାସୀଙ୍କ ଆର୍ଥିକ ବିକାଶର ମାର୍ଗ ଅଧିକ ପ୍ରଶସ୍ତ ହୋଇଯାଇଛି। ବତିଘର ଖୋଲିଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେବା ଆଶା କରାଯାଉଛି।
୨୫.୬.୧୯୬୬ରେ ଗୋପାଳପୁର ବତିଘର କାର୍ଯ୍ୟାରମ୍ଭ ହୋଇ ୨୫.୧୨.୧୯୬୭ରେ ପ୍ରତିଷ୍ଠା ହୋଇଥିଲା। ବେଳାଭୂମି ଠାରୁ ଅଳ୍ପ ଦୂରରେ ୩ ଏକର ଜମିରେ ସମୁଦ୍ର ପତନ ଠାରୁ ୪୫ ମିଟର ଉଚ୍ଚତା ବିଶିଷ୍ଟ ବତିଘର ସମୁଦ୍ରରେ ଯାଆସ କରୁଥିବା ଜାହାଜ, ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଛୋଟ ବଡ଼ ମାଛଧରା ଡଙ୍ଗା ପାଇଁ ରାତି ସମୟରେ ମାର୍ଗଦର୍ଶକ ସାଜି ଆସିଛି। ପ୍ରାୟ ୨୬ ମାଇଲ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ଅତି ଉଜ୍ଜଳ ଆଲୋକ ବ୍ୟବସ୍ଥା ଏହାର ଅନ୍ୟତମ ଆକର୍ଷଣ ଅଟେ। ୪୫୦ ୱାଟ୍ କ୍ଷମତାସମ୍ଫନ୍ନ ଉଜ୍ଜ୍ୱଳ ସ୍ବତନ୍ତ୍ର ବଲବ ସହ ପ୍ରିଜିୟମ୍ ଲେନ୍ସ, ବୁଲ୍ ଆଇ ସହ ମ୍ୟାଗ୍ନିଫାଇଂ ପ୍ରିଜିୟମ୍ ଗ୍ଲାସ ହେତୁ ଏହାର ଆଲୁଅ ବହୁ ଦୂର ପର୍ଯ୍ୟନ୍ତ ପଡ଼ିଥାଏ। ଏପ୍ରିଲ ମାସରୁ ପର୍ଯ୍ୟଟକଙ୍କୁ ବତିଘର ଉପରକୁ ଯିବା ସକାଶେ ଅନୁମତି ଦିଆଯିବା ପରେ ଏହି ପର୍ଯ୍ୟଟନ ସ୍ଥଳ ଆହୁରି ବିକଶିତ ହୋଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ, ବ୍ୟବସାୟୀ ମହଲରେ ମତ ପ୍ରକାଶ ପାଇଛି।
ଗ୍ରୀଷ୍ମପ୍ରବାହ ଜାରି : ଦିନ ୨ଟା ୩୦ ସୁଦ୍ଧା ୭ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ
Next Articleରଥଯାତ୍ରା ନେଇ ପୁରୀ ଜିଲ୍ଲା ପ୍ରଶାସନର ପ୍ରଥମ ପ୍ରସ୍ତୁତି ବୈଠକ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
