ବିଜେପି ବିରୋଧରେ ବୟାନ ନେଇ ଆତିଶୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶୁକ୍ରବାର ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତ୍ରୀ ଆତିଶୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବାକୁ ତାଙ୍କ ସହ ଦଳ ଯୋଗାଯୋଗ କରିଥିଲା ବୋଲି ସେ ଯେଉଁ ଦାବି କରିଥିଲେ, ତାହାକୁ ପ୍ରମାଣ ସହ ସାବ୍ୟସ୍ତ କରିବାକୁ ଆତିଶୀଙ୍କୁ କହିଛନ୍ତି କମିଶନ । ଆତିଶୀ ଦୁଇ ଦିନ ତଳେ ଦାବି କରିଥିଲେ ଯେ ଜଣେ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଦଳରେ [...]
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶୁକ୍ରବାର ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତ୍ରୀ ଆତିଶୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବାକୁ ତାଙ୍କ ସହ ଦଳ ଯୋଗାଯୋଗ କରିଥିଲା ବୋଲି ସେ ଯେଉଁ ଦାବି କରିଥିଲେ, ତାହାକୁ ପ୍ରମାଣ ସହ ସାବ୍ୟସ୍ତ କରିବାକୁ ଆତିଶୀଙ୍କୁ କହିଛନ୍ତି କମିଶନ ।
ଆତିଶୀ ଦୁଇ ଦିନ ତଳେ ଦାବି କରିଥିଲେ ଯେ ଜଣେ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଦଳରେ ମିଶିବା ପାଇଁ ବିଜେପି ତାଙ୍କ ସହ ଯୋଗାଯୋଗ କରିଥିଲା। ଆତିଶୀଙ୍କ ବୟାନ ବିରୋଧରେ ଦିଲ୍ଲୀ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା ।
ନିର୍ବାଚନ କମିଶନଙ୍କ ତରଫରୁ ଜାରି ନୋଟିସରେ କୁହାଯାଇଛି ଯେ ‘… ଆପଣ (ଆତିଶୀ) ଜାତୀୟ ରାଜଧାନୀ କେନ୍ଦ୍ର ଦିଲ୍ଲୀର ଜଣେ ମନ୍ତ୍ରୀ ଏବଂ ଏକ ଜାତୀୟ ଦଳର ନେତ୍ରୀ। ନେତାମାନେ ସର୍ବସାଧାରଣ ମଞ୍ଚରେ ଯାହା କୁହନ୍ତି ତାହାକୁ ମତଦାତା ବିଶ୍ୱାସ କରନ୍ତି । ସେମାନଙ୍କ ବୟାନ ନିର୍ବାଚନ ଉପରେ ପ୍ରଭାବ ପକାଇଥାଏ |
ନିର୍ବାଚନ କମିଶନ କହିଛନ୍ତିି, ଆପ୍ ନେତ୍ରୀଙ୍କ ବୟାନର ‘ତଥ୍ୟାତ୍ମକ ଆଧାର’ ରହିବା ଉଚିତ୍ । ଯେହେତୁ ଏହି ବୟାନର ସତ୍ୟାସତ୍ୟ ନେଇ ବିବାଦ ସୃଷ୍ଟି ହୋଇଛି, ତେଣୁ ସେ ଏହାକୁ ପ୍ରମାଣ ଆଧାରରେ ସାବ୍ୟସ୍ତ କରିବା ଆବଶ୍ୟକ।
ଆତିଶୀଙ୍କୁ ସୋମବାର ଅପରାହ୍ନ ସୁଦ୍ଧା ଜବାବ ଦେବାକୁ କହିଛନ୍ତିି କମିଶନ।
ସଞ୍ଜୟ କୌଶଲ ନୂଆ କେନ୍ଦ୍ରାଞ୍ଚଳ ଆଇଜି, ପୋଲିସ ମୁଖ୍ୟାଳୟକୁ ଗଲେ ଆଶିଷ ସିଂହ
Next Articleଗ୍ରୀଷ୍ମ ପ୍ରକୋପ : ୪୪ ଡିଗ୍ରୀ ଛୁଇଁପାରେ ରାଜଧାନୀର ତାପମାତ୍ରା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
