News Room Odisha
BREAKING
Odia

ପଣା ସଂକ୍ରାନ୍ତିରୁ ପୁଣି ପାରଦ ହେବ ଉପରମୁହାଁ, ୩ରୁ ୪ ଡିଗ୍ରୀ ଯାଏଁ ବଢିବ ତାପମାତ୍ରା

ଭୁବନେଶ୍ବର – ଆସନ୍ତା ଏପ୍ରିଲ ୧୪ ପଣା ସଂକ୍ରାନ୍ତିରୁ ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇବା ପୂର୍ବାନୁମାନ କରାଯାଇଛି। ରାଜ୍ୟର ସମସ୍ତ ସହରରେ ପାରଦ ୩ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରାଜ୍ୟରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ହେବାକୁ ଥିବାରୁ ତାପମାତ୍ରାରେ ଅପେକ୍ଷାକୃତ ଅଧିକ ବୃଦ୍ଧି ପାଇବା ଆଶଙ୍କା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବା [...]

Admin•April 10, 2024
Share Article:

ଭୁବନେଶ୍ବର – ଆସନ୍ତା ଏପ୍ରିଲ ୧୪ ପଣା ସଂକ୍ରାନ୍ତିରୁ ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇବା ପୂର୍ବାନୁମାନ କରାଯାଇଛି। ରାଜ୍ୟର ସମସ୍ତ ସହରରେ ପାରଦ ୩ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରାଜ୍ୟରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ହେବାକୁ ଥିବାରୁ ତାପମାତ୍ରାରେ ଅପେକ୍ଷାକୃତ ଅଧିକ ବୃଦ୍ଧି ପାଇବା ଆଶଙ୍କା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତ ତିନି ଚାରି ଦିନ ହେବ ରାଜ୍ୟର ତାପମାତ୍ରା ଅନେକ ସ୍ଥାନରେ ସ୍ବାଭାବିକ ଠାରୁ ଯଥେଷ୍ଟ କମ୍‌ ରହିଛି। ଆଗାମୀ ତିନି ଦିନ ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିବ। ୧୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

#Odia#Odisha#News
Share Article:

Related Articles