News Room Odisha
BREAKING
Odia

ବିଜେଡିର ୩୮ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଗଠିତ : ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ, ୬ ସହ- ଅଧ୍ୟକ୍ଷ

ଭୁବନେଶ୍ୱର – ନିର୍ବାଚନ ପାଇଁ ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଛି ବିଜେଡି । ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ୬ ଜଣ ସହ ଅଧ୍ୟକ୍ଷ ରହିଛନ୍ତି। ସେମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର। ଡକ୍ଟର ଅମର ପଟ୍ଟନାୟକ କମିଟିର ଆବାହକ ନିଯୁକ୍ତ ହୋଇଛନ୍ତି। ଡକ୍ଟର ସସ୍ମିତ ପାତ୍ର କମିଟିର ସହ ଆବାହକ ଅଛନ୍ତି। କମିଟିରେ ତିନି [...]

Admin•April 10, 2024
Share Article:

ଭୁବନେଶ୍ୱର – ନିର୍ବାଚନ ପାଇଁ ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଛି ବିଜେଡି । ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ୬ ଜଣ ସହ ଅଧ୍ୟକ୍ଷ ରହିଛନ୍ତି। ସେମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର। ଡକ୍ଟର ଅମର ପଟ୍ଟନାୟକ କମିଟିର ଆବାହକ ନିଯୁକ୍ତ ହୋଇଛନ୍ତି। ଡକ୍ଟର ସସ୍ମିତ ପାତ୍ର କମିଟିର ସହ ଆବାହକ ଅଛନ୍ତି। କମିଟିରେ ତିନି ପ୍ରବାସୀ ଓଡିଆ ବିଶେଷଜ୍ଞ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି। ସେମାନେ ହେଲେ ଡକ୍ଟର ସୁକାନ୍ତ ମହାପାତ୍ର, ସପ୍ନେନ୍ଦୁ ମହାନ୍ତି ଓ ଅମୀୟ ମିଶ୍ର ।

ଇସ୍ତାହାର କମିଟିର ସଦସ୍ୟ ଭାବେ ଅତନୁ ସବ୍ୟସାଚୀ ନାୟକ,ଡକ୍ଟର ଅଚ୍ୟୁତାନନ୍ଦ ସାମନ୍ତ, ଡକ୍ଟର ଅରୁଣ କୁମାର ସାହୁ, ସଞ୍ଜୟ ଦାସବର୍ମା ପ୍ରମୁଖ ସ୍ଥାନ ପାଇଛନ୍ତି।

#Odia#Odisha#News
Share Article:

Related Articles