News Room Odisha
BREAKING
Odia

ଦିନ ୧୧ରୁ ୩ଟା ଯାଏଁ ଶ୍ରମିକଙ୍କୁ କାମ ମନା : ନିୟମ କଡାକଡି ପାଳନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର – ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଆସନ୍ତା କିଛି ଦିନ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ । ଏ ଦୃଷ୍ଟିରୁ ଶ୍ରମିକମାନେ ଦିନ ୧୧ଟାରୁ ୩ଟା ଯାଏଁ କାମ କରିବେ ନାହିଁ। ଏହି ନିର୍ଦ୍ଦେଶ ପୂର୍ବରୁ ବଳବତ୍ତର ଥିଲେ ମଧ୍ୟ୍ୟ କଡାକଡି ଭାବେ ପାଳନ କରାଯାଉନାହିଁ। ଅନେକ ସ୍ଥାନରେ ଶ୍ରମିକମାନେ ଦିନ ୧୧ଟାରୁ ୩ଟା ମଧ୍ୟରେ କାମ କରୁଥିବା ଖବର ମିଳିଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳଙ୍କୁ ଚିଠି [...]

Admin•April 15, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଆସନ୍ତା କିଛି ଦିନ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ । ଏ ଦୃଷ୍ଟିରୁ ଶ୍ରମିକମାନେ ଦିନ ୧୧ଟାରୁ ୩ଟା ଯାଏଁ କାମ କରିବେ ନାହିଁ। ଏହି ନିର୍ଦ୍ଦେଶ ପୂର୍ବରୁ ବଳବତ୍ତର ଥିଲେ ମଧ୍ୟ୍ୟ କଡାକଡି ଭାବେ ପାଳନ କରାଯାଉନାହିଁ। ଅନେକ ସ୍ଥାନରେ ଶ୍ରମିକମାନେ ଦିନ ୧୧ଟାରୁ ୩ଟା ମଧ୍ୟରେ କାମ କରୁଥିବା ଖବର ମିଳିଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଗ୍ରୀଷ୍ମ ତାପ ହେତୁ ଦିନ ୧୧ ଟାରୁ ୩ଟା ଯାଏଁ ଶ୍ରମିକମାନେ କାମ ନ କରିବା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶନାମା କଡାକଡି ଭାବେ ଯେପରି ପାଳନ ହେବ, ତାହା ନିଶ୍ଚିତ କରିବାକୁ ଏସ ଆରସି ନିର୍ଦ୍ଦେଶ ଦେଇଛନ୍ତି।

ଯଦି ଶ୍ରମିକମାନଙ୍କ ପାଇଁ ଜାରି କଟକଣାର ଉଲ୍ଲଂଘନ ହୁଏ, ତା’ହେଲେ ସଂପୃକ୍ତ ଅଧିକାରୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ଓ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ରେ ଥିବା ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସଆରସିଙ୍କ ପକ୍ଷରୁ କୁହାଯାଇଛି।

#Odia#Odisha#News
Share Article:

Related Articles