News Room Odisha
BREAKING
Odia

୬ ବର୍ଷ ପାଇଁ ସୁରେଶ ରାଉତରାୟ କଂଗ୍ରେସରୁ ବହିଷ୍କୃତ

କଂଗ୍ରେସ – ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟପାଇଁ ସୁରଙ୍କୁ ୬ ବର୍ଷ ପାଇଁ ଦଳରୁ ବରଖାସ୍ତ କରିଛି ଦଳ । ଏ ନେଇ ଏକ ପ୍ରେସ ରିଲିଜ ଜରିଆରେ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। କିଛି ଦିନ ତଳେ ତାଙ୍କୁ ନୋଟିସ ଦିଆଯାଇଥିଲା। ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ପ୍ରଚାର କରୁଥିବା ଅଭିଯୋଗ ହେବା ପରେ [...]

Admin•April 15, 2024
Share Article:
୬ ବର୍ଷ ପାଇଁ ସୁରେଶ ରାଉତରାୟ କଂଗ୍ରେସରୁ ବହିଷ୍କୃତ

କଂଗ୍ରେସ – ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟପାଇଁ ସୁରଙ୍କୁ ୬ ବର୍ଷ ପାଇଁ ଦଳରୁ ବରଖାସ୍ତ କରିଛି ଦଳ । ଏ ନେଇ ଏକ ପ୍ରେସ ରିଲିଜ ଜରିଆରେ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। କିଛି ଦିନ ତଳେ ତାଙ୍କୁ ନୋଟିସ ଦିଆଯାଇଥିଲା। ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ପ୍ରଚାର କରୁଥିବା ଅଭିଯୋଗ ହେବା ପରେ ତାଙ୍କୁ ନୋଟିସ ଦିଆଯାଇଥିଲା। କିନ୍ତୁ ସେ କୈାଣସି ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ନାହାନ୍ତି ବୋଲି ସ୍ପଷ୍ଟୀକରଣ ଦେଇଥିଲେ ସୁରେଶ ରାଉତରାୟ ।

#Odia#Odisha#News
Share Article:

Related Articles