ନୂଆ ରୂପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍ସାଇଟ୍ ଲୋକାର୍ପିତ
ଭୁବନେଶ୍ୱର -ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ୱେବ୍ସାଇଟ୍ ନୂତନ ରୂପରେ ଲୋକାର୍ପିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ନୂତନ ରୂପ ପାଇଥିବା ଏହି ୱେବ୍ସାଇଟ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଲୋକାର୍ପଣ କରିଥିଲେ । ceoodisha.nic.in ଲିଙ୍କରେ ଏହି ୱେବସାଇଟ ଉପଲବ୍ଧ ହେଉଛି । ନୂତନ ରୂପରେ ଏହି ୱେବସାଇଟ୍ ମୁକ୍ତ , ସ୍ୱଚ୍ଛ , ଅବାଧ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟରେ ଆଉ ଏକ ମାଇଲଖୁଣ୍ଟ ହେବା ସହ [...]
ଭୁବନେଶ୍ୱର -ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ୱେବ୍ସାଇଟ୍ ନୂତନ ରୂପରେ ଲୋକାର୍ପିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ନୂତନ ରୂପ ପାଇଥିବା ଏହି ୱେବ୍ସାଇଟ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଲୋକାର୍ପଣ କରିଥିଲେ । ceoodisha.nic.in ଲିଙ୍କରେ ଏହି ୱେବସାଇଟ ଉପଲବ୍ଧ ହେଉଛି । ନୂତନ ରୂପରେ ଏହି ୱେବସାଇଟ୍ ମୁକ୍ତ , ସ୍ୱଚ୍ଛ , ଅବାଧ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟରେ ଆଉ ଏକ ମାଇଲଖୁଣ୍ଟ ହେବା ସହ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଜନସାଧାରଣଙ୍କଠାରେ ପହଞ୍ଚାଇବାରେ ବିଶେଷ ସହାୟକ ହେବ ବୋଲି ଲୋକାର୍ପଣ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ମତ ରଖିଥିଲେ । ଏହାର ପ୍ରାରମ୍ଭିକ ପୃଷ୍ଠାରେ ସମସ୍ତ ଗୁରୁତ୍ଵପୂର୍ଣ୍ଣ ସୂଚନା , ଏକକାଳୀନ ସାଧାରଣ ନିର୍ବାଚନ – ୨୦୨୫ ସଂପର୍କିତ ତଥ୍ୟ , ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବାର୍ତ୍ତା ରହିଛି । ଫେସ୍ବୁକ୍ , ଏକ୍ସ, ୟୁଟ୍ୟୁବ୍ , ଇନ୍ଷ୍ଟାଗ୍ରାମ୍ ଆଦି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠାର ଲିଙ୍କ୍ ମଧ୍ୟ ଏଠାରେ ରହିଛି । ଏହି ମୁଖ୍ୟ ପୃଷ୍ଠାରେ ନିର୍ବାଚନ ସଂପର୍କିତ ହେଲ୍ପଲାଇନ୍ ୧୯୫୦ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମୋବାଇଲ୍ ଆପ୍ ଓ ପୋର୍ଟାଲର ମଧ୍ୟ ଲିଙ୍କ୍ ରହିଛି । ମୁଖ୍ୟ ପୃଷ୍ଠାରେ ଥିବା ଇଲେକ୍ସନ୍ ମାଇକ୍ରୋସାଇଟ୍ରେ କ୍ଲିକ୍ କରି ଭାରତ ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ସ ବ୍ୟବହାରକାରୀ ଯାଇପାରିବେ । ୱେବ୍ସାଇଟ୍ରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସଂପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଏହା ସହ ଭୋଟରମାନଙ୍କ ସଂପର୍କିତ ସମସ୍ତ ତଥ୍ୟ ଯେପରି ଭୋଟର ତାଲିକା , ଅନ୍ଲାଇନ୍ ଆବେଦନ , ଭୋଟର ତାଲିକାରେ ନାମ ଖୋଜିବା , ବୁଥ୍ ତାଲିକା , ଲୋକସଭା ଓ ବିଧାନସଭା କ୍ଷେତ୍ର ମ୍ୟାପ୍ ଆଦି ଦିଆଯାଇଛି । ଅନ୍ୟ ବଟନ୍ଗୁଡ଼ିକରେ ଆଦର୍ଶ ଆଚରଣ ନିଧୁ , ଇଭିଏମ୍ କରିପାର୍ଟି , ପୂର୍ବ ନିର୍ବାଚନଗୁଡ଼ିକର ଫଳାଫଳ , ମତଦାନ ହାର ରାଜନୈତିକ ଦଳ ପ୍ରାର୍ଥୀଙ୍କ ବିଭିନ୍ନ ଫର୍ମ , ଗାଇଡଲାଇନ୍ ଆଦି ବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି । ଭାରତ ନିର୍ବାଚନ କମିଶନ ନିର୍ବାଚନ ସଂପର୍କିତ ସମସ୍ତ ତଥ୍ୟ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନିର୍ବାଚନ ସୁପରିଚାଳନାର ଏକ ପ୍ରମୁଖ ଦିଗ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ସେହି କ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍ସାଇଟ୍ର ଏହି ନୂତନ ରୂପାୟନ ଏକ ମାଇଲ୍ଖୁଣ୍ଟ । ଏଠାରେ ସମସ୍ତ ତଥ୍ୟ ଉଚିତ ସମୟରେ ଉପଲବ୍ଧ ରହିବ । ଏହା ରାଜ୍ୟରେ ମତଦାନ ପ୍ରକ୍ରିୟାକୁ ସୁଦୂରପ୍ରସାରୀ କରିପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମତପ୍ରକାଶ କରିଆଲେ । ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ . ତିରୁମାଲା ନାୟକ , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି ଓ ଅନ୍ୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ ।
Elections 2024: Revamped Website of CEO Odisha Launched
Next Articleଆଇପିଏଲରେ ପୁଣି ହାଇଦ୍ରାବାଦର ରେକର୍ଡ ସ୍କୋର, ଆରସିବି ବିପକ୍ଷରେ କଲା ୨୮୭ ରନ୍
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
