ଆଇପିଏଲରେ ପୁଣି ହାଇଦ୍ରାବାଦର ରେକର୍ଡ ସ୍କୋର, ଆରସିବି ବିପକ୍ଷରେ କଲା ୨୮୭ ରନ୍
ବେଙ୍ଗାଲୁରୁ: ଟ୍ରାଭିସ୍ ହେଡଙ୍କ ବିସ୍ଫୋରକ ଶତକ ସହ ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲରେ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୩ ୱିକେଟରେ ୨୮୭ ରନର ରେକର୍ଡ ସ୍କୋର କରିଛି । ଆଇପିଏଲର ଇତିହାସରେ ଏହା ହେଉଛି ସର୍ବାଧିକ ସ୍କୋର। ଏହା ମଧ୍ୟ ଟି୨୦ କ୍ରିକେଟରେ ଦ୍ବିତୀୟ ସର୍ବାଧିକ ସ୍କୋର। ହାଇଦ୍ରାବାଦ ନିଜ ରେକର୍ଡ ହିଁ ଭାଙ୍ଗିଛି । ଚଳିତ ସିଜନରେ ହିଁ ମାର୍ଚ୍ଚ ୨୭ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସ [...]
ବେଙ୍ଗାଲୁରୁ: ଟ୍ରାଭିସ୍ ହେଡଙ୍କ ବିସ୍ଫୋରକ ଶତକ ସହ ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲରେ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୩ ୱିକେଟରେ ୨୮୭ ରନର ରେକର୍ଡ ସ୍କୋର କରିଛି । ଆଇପିଏଲର ଇତିହାସରେ ଏହା ହେଉଛି ସର୍ବାଧିକ ସ୍କୋର। ଏହା ମଧ୍ୟ ଟି୨୦ କ୍ରିକେଟରେ ଦ୍ବିତୀୟ ସର୍ବାଧିକ ସ୍କୋର। ହାଇଦ୍ରାବାଦ ନିଜ ରେକର୍ଡ ହିଁ ଭାଙ୍ଗିଛି । ଚଳିତ ସିଜନରେ ହିଁ ମାର୍ଚ୍ଚ ୨୭ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୩ ଓ୍ବିକେଟ୍ ହରାଇ ୨୭୭ ରନ୍ କରିଥିଲା ।
ଆଜିର ମ୍ୟାଚରେ ହାଇଦ୍ରାବାଦ ତରଫରୁ ଟ୍ରାଭିସ୍ ହେଡ୍ ମାତ୍ର ୪୧ ଟି ବଲରେ ୧୦୨ ରନର ତୋଫାନୀ ଇନିଂସ ସହ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ତାଙ୍କର ଏହି ଇନିଂସରେ ୯ ଚୌକା ଓ ୮ଟି ଛକା ସାମିଲ ଥିଲା | ଏହାପୂର୍ବରୁ ଆରସିବି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଯାହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା।
ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ହେଡ ଅଭିଷେକ ଶର୍ମାଙ୍କ ସହ ୪୯ ବଲରେ ୧୦୮ ରନର ଭାଗିଦାରୀ କରିଥିଲେ। ଶର୍ମା ୨୨ ବଲରେ ୩୪ ରନ୍ ସଂଗ୍ରହ କରିଥିଲେ। ଏହାପରେ ହେଡ୍ ଏବଂ ହେନରିଚଚ୍ କ୍ଲାସେନ୍ ୨୬ ବଲରେ ୫୭ ରନ୍ କରିଥିଲେ। କ୍ଲାସେନ୍ ୩୧ ବଲରେ ୬୭ ରନ୍ କରିଥିଲେ ଯେଉଁଥିରେ ଦୁଇଟି ଚୌକା ଓ ୭ଟି ଛକା ସାମିଲ ଥିଲା |
ନୂଆ ରୂପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍ସାଇଟ୍ ଲୋକାର୍ପିତ
Next Articleଯାଜପୁର ବସ୍ ଦୁର୍ଘଟଣାରେ ୫ ମୃତ, ମୃତକଙ୍କ ଆତ୍ମୀୟଙ୍କୁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
