ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ସର୍ବସାଧାରଣରେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କୋର୍ଟଙ୍କୁ କହିଲେ ରାମଦେବ
ନୂଆଦିଲ୍ଲୀ: ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ପୁଣି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅମାନତୁଲ୍ଲାଙ୍କ ଖଣ୍ଡପୀଠ ସମ୍ମୁଖରେ ବାବା ରାମଦେବ ଏବଂ ବାଳକୃଷ୍ଣ ତୃତୀୟ ଥର ପାଇଁ ହାଜର ହୋଇଥିଲେ। ଉଭୟ ସର୍ବସାଧାରଣରେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କୋର୍ଟଙ୍କୁ କହିଛନ୍ତିି। ଖଣ୍ଡପୀଠ ବାବା ରାମଦେବ ଓ ତାଙ୍କ ସହଯୋଗୀ ବାଳକୃଷ୍ଣଙ୍କୁ କଥା ଶୁଣିବାକୁ ଚାହିଁଥିଲେ। ତେଣୁ ଉଭୟଙ୍କୁ ଆଗକୁ ଆସିବାକୁ କହିଥିଲେ। ଏହି ସମୟରେ କିଛି ସମୟ ପାଇଁ [...]
ନୂଆଦିଲ୍ଲୀ: ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ପୁଣି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅମାନତୁଲ୍ଲାଙ୍କ ଖଣ୍ଡପୀଠ ସମ୍ମୁଖରେ ବାବା ରାମଦେବ ଏବଂ ବାଳକୃଷ୍ଣ ତୃତୀୟ ଥର ପାଇଁ ହାଜର ହୋଇଥିଲେ। ଉଭୟ ସର୍ବସାଧାରଣରେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କୋର୍ଟଙ୍କୁ କହିଛନ୍ତିି।
ଖଣ୍ଡପୀଠ ବାବା ରାମଦେବ ଓ ତାଙ୍କ ସହଯୋଗୀ ବାଳକୃଷ୍ଣଙ୍କୁ କଥା ଶୁଣିବାକୁ ଚାହିଁଥିଲେ। ତେଣୁ ଉଭୟଙ୍କୁ ଆଗକୁ ଆସିବାକୁ କହିଥିଲେ।
ଏହି ସମୟରେ କିଛି ସମୟ ପାଇଁ ଅଡିଓରେ ସମସ୍ୟା ଦେଖାଦେଇଥିଲା | ଅଡିଓରେ ସମସ୍ୟା ନେଇ କୋର୍ଟ କହିଥିଲେ ଯେ ଏହାକୁ ଆମ ଦ୍ବାରା କିଛି ସେନ୍ସର କରାଯାଉଛି ବୋଲି ଭାବିବା ଠିକ୍ ନୁହେଁ।
ଏହା ପରେ କୋର୍ଟ ଶୁଣାଣିକୁ ଏପ୍ରିଲ ୨୩ ଯାଏଁ ସ୍ଥଗିତ ରଖିଥିଲେ। ପରବର୍ତ୍ତୀ ଶୁଣାଣିରେ ମଧ୍ୟ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କୋର୍ଟରେ ହାଜର ହେବାକୁ କହିଛନ୍ତି ସୁପ୍ରିମକୋର୍ଟ।
ମଙ୍ଗଳବାର ଶୁଣାଣି ବେଳେ କୋର୍ଟ କହିଥିଲେ ଯେ ପୂର୍ବ ଶୁଣାଣି ସମୟରେ ରାଜ୍ୟ ଲାଇସେନ୍ସ କର୍ତ୍ତୃପକ୍ଷଙ୍କୁ ନିଜ ପକ୍ଷ ରଖିବାକୁ ଅନୁମତି ଦିଆଯାଇଥିଲା । ତେଣୁ ରାମଦେବ ଏବଂ ବାଳକୃଷ୍ଣଙ୍କୁ ମଧ୍ୟ ସମାନ ସୁଯୋଗ ଦିଆଯିବ।
ଖଣ୍ଡପୀଠ କହିଛନ୍ତି, “ଆପଣଙ୍କ ବହୁତ ସମ୍ମାନ ଅଛି। ଆପଣ ଯୋଗ ପାଇଁ ବହୁତ କିଛି କରିଛନ୍ତି । କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆପଣ ଯାହା କରିଛନ୍ତି ସେଥିପାଇଁ ଆମେ ଆପଣଙ୍କୁ କ୍ଷମା କରିଦେବା କ’ଣ ଯଥେଷ୍ଟ ହେବ? ଆପଣ କାହିଁକି ଭାବିଲେ ଯେ ଆପଣ ପରଦିନ ଏକ ସାମ୍ବାଦିକ ସମ୍ମିଳନୀ କରିବେ ଏବଂ ଖବରକାଗଜରେ ବିଜ୍ଞାପନ ଦେବେ ବୋଲି?
ରାମଦେବ କହିଥିଲେ, “ଆମର ଉଦ୍ଦେଶ୍ୟ କାହାକୁ ଅପମାନ କରିବା ନଥିଲା। ପ୍ରଥମ ଥର ପାଇଁ ଆମେ ଆୟୁର୍ବେଦରେ ୫୦୦୦ ରୁ ଅଧିକ ଗବେଷଣା କରିଛୁ । ଆୟୁର୍ବେଦକୁ ଏକ ଗବେଷଣା ଭିତ୍ତିକ ଔଷଧ କରିବା ପାଇଁ ସବୁଠାରୁ ବଡ଼ ପ୍ରୟାସ କରିଛୁ। ”
ଏହା ପରେ କୋର୍ଟ ରାମଦେବଙ୍କୁ ପଚାରିଥିଲେ ଯେ ସେ ଏଲୋପାଥିକ ଔଷଧକୁ ନିନ୍ଦା କରିବାର କ’ଣ ଆବଶ୍ୟକତା ଥିଲା? “ଯଦି ଆପଣଙ୍କର ଔଷଧ କାମ କରୁଛି, ତେବେ ଆପଣ ସ୍ବୀକୃତି ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ଯାଇପାରିଥାନ୍ତେ। ପ୍ରେସରେ ଏନେଇ ବିଜ୍ଞାପନ ଦେବା ଏକ ଦାୟିତ୍ବହୀନ କାର୍ଯ୍ୟ ଥିଲା।”
ରାମଦେବ ଏବଂ ବାଳକୃଷ୍ଣ କହିଥିଲେ ଆମେ ଭବିଷ୍ୟତରେ ଯତ୍ନବାନ ହେବୁ। ଆଉ ଏପରି ଭୁଲ୍ ହେବନି। ରାମଦେବ କହିଥିଲେ, “ମୁଁ ଆଜିଠାରୁ ସତର୍କ ରହିବି। ଏପରି ଘଟଣା ମୋ ପାଇଁ ଅଶୋଭନୀୟ ଥିଲା | ଅତି ଉତ୍ସାହିତ ବଶତଃ ଏପରି ଭୁଲ୍ ହୋଇଥିଲା। ”
ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, “ଆୟୁର୍ବେଦକୁ ଶହ ଶହ ବର୍ଷ ଧରି ଅବୈଜ୍ଞାନିକ ବୋଲି କୁହାଯାଉଛି, ତେଣୁ ଆମେ ଅତି ଉତ୍ସାହିତ ହୋଇ ଏପରି ଭୁଲ୍ କରିଦେଇଛୁ।”
ଜଷ୍ଟିସ୍ ଅମାନୁଲ୍ଲା କହିଛନ୍ତି, ଆପଣ ନିଜ କାମ କରନ୍ତୁ । କିନ୍ତୁ ଖପଣ ଏଲୋପାଥିକୁ ଅସମ୍ମାନ କରିପାରିବେ ନାହିଁ।
ଆମେ ପତଞ୍ଜଳି ଏମିତି ଛାଡ଼ିବୁ ନାହିଁ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣିରେ ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଥିଲେ।
ରାମଦେବ ଓ ବାଳକୃଷ୍ଣଙ୍କୁ କୋର୍ଟ କହିଥିଲେ “ଆପଣ ଏତେ ନିରୀହ ନୁହଁନ୍ତି। ଆପଣଙ୍କ ଅନୁତପ୍ତ ଥିବା ଭଳି ମନେ ହେଉନି। ଆମେ କହୁନୁ ଯେ ଆପଣଙ୍କୁ ଆମେ କ୍ଷମା ଦେବୁ। ଆମେ ଆପଣଙ୍କ ଇତିହାସକୁ ଅଣଦେଖା କରିପାରିବୁ ନାହିଁ।”
ଏହାପୂର୍ବରୁ ରାମଦେବ ଏବଂ ବାଳକୃଷ୍ଣ ଦୁଇଥର କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହା ଗ୍ରହଣ କରିବାକୁ ମନା କରିଦେଇଥିଲେ। କୋର୍ଟ କହିଥିଲେ ଯେ ଭୁଲ୍ ଧରାପଡ଼ିବା ପରେ ଦୁହେଁ କ୍ଷମା ମାଗିଛନ୍ତି। ପତଞ୍ଜଳି ତରଫରୁ ‘ବିଭ୍ରାନ୍ତିକର’ ବିଜ୍ଞାପନ ନେଇ ଅଦାଲତ ଅବମାନନା ମାମଲାରେ ଦୁହେଁ କ୍ଷମା ପ୍ରାର୍ଥନା କରିଥିଲେ। ଉଲ୍ଲେଖଯୋଗ୍ୟ, ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) କରିଥିବା ଆବେଦନର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ।
ନିର୍ବାଚନୀ ବ୍ୟସ୍ତତା ସତ୍ତ୍ୱେ ବିକାଶମୂଳକ କାମ ନେଇ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବିଚାରବିମର୍ଷ ଜାରି
Next Articleଅସହ୍ୟ ଗ୍ରୀଷ୍ମତାପ : ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ଉତ୍ତପ୍ତ ସହର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
