News Room Odisha
BREAKING
Odia

ଅସହ୍ୟ ଗ୍ରୀଷ୍ମତାପ : ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ଉତ୍ତପ୍ତ ସହର

ଭୁବନେଶ୍ୱର – ସାରା ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ଆକାଶରୁ ସତେ ଯେପରି ନିଆଁ ବର୍ଷା ହେଉଛି । ପ୍ରଚଣ୍ଡ ଖରା ତାତିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ସକାଳ ୧୦ଟା ପରେ ଘରୁ ଗୋଡ କାଢ଼ିବାକୁ ଭୟ ଲାଗୁଛି । ଏଭଳି ସ୍ଥିତି ଆହୁରି ୪-୫ ଦିନ ଲାଗି ରହିବ । ଆଜି ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱର ଥିଲା ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ [...]

Admin•April 16, 2024
Share Article:

ଭୁବନେଶ୍ୱର – ସାରା ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ଆକାଶରୁ ସତେ ଯେପରି ନିଆଁ ବର୍ଷା ହେଉଛି । ପ୍ରଚଣ୍ଡ ଖରା ତାତିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ସକାଳ ୧୦ଟା ପରେ ଘରୁ ଗୋଡ କାଢ଼ିବାକୁ ଭୟ ଲାଗୁଛି । ଏଭଳି ସ୍ଥିତି ଆହୁରି ୪-୫ ଦିନ ଲାଗି ରହିବ ।

ଆଜି ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱର ଥିଲା ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୪୧.୬, ଝାରସୁଗୁଡାରେ ୪୧.୪,ବାଲେଶ୍ୱରରେ ୪୦.୫, ସମ୍ବଲପୁରରେ ୪୦.୩, କେନ୍ଦୁଝରରେ ୪୦, ରାଉରକେଲାରେ ୩୯.୯, ହୀରାକୁଦରେ ୩୯.୫, ଗୋପାଳପୁରରେ ୩୫.୬, ପୁରୀରେ ୩୪.୮, ପାରାଦୀପରେ ୩୪.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

#Odia#Odisha#News
Share Article:

Related Articles