News Room Odisha
BREAKING
Odia

ଛତିଶଗଡର କାଙ୍କେର ଜଙ୍ଗଲରେ ଏନକାଉଣ୍ଟର, ୧୮ ନକ୍ସଲ ନିହତ

କାଙ୍କେର: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନର ତିନି ଦିନ ପୂର୍ବରୁ ମଙ୍ଗଳବାର ଛତିଶଗଡର କାଙ୍କେର ଜିଲ୍ଲାରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଭୟଙ୍କର ଏନକାଉଣ୍ଟର ହୋଇଛି । ଏହି ସଂଘର୍ଷରେ ୧୮ ଜଣ ନକ୍ସଲ ନିହତ ହୋଇଛନ୍ତି । ସୁରକ୍ଷା ବାହିନୀର ତିନି ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ଏନକାଉଣ୍ଟର କାଙ୍କେର ଜଙ୍ଗଲରେ ହୋଇଥିଲା। ଏନକାଉଣ୍ଟର ସ୍ଥଳୀରୁ ୧୮ ଜଣ ନକ୍ସଲଙ୍କ ମୃତଦେହ ସହ ୭ଟି ଏକେ ୪୭ ଓ ୩ଟି ଏଲଏମଜି [...]

Admin•April 16, 2024
Share Article:

କାଙ୍କେର: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନର ତିନି ଦିନ ପୂର୍ବରୁ ମଙ୍ଗଳବାର ଛତିଶଗଡର କାଙ୍କେର ଜିଲ୍ଲାରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଭୟଙ୍କର ଏନକାଉଣ୍ଟର ହୋଇଛି । ଏହି ସଂଘର୍ଷରେ ୧୮ ଜଣ ନକ୍ସଲ ନିହତ ହୋଇଛନ୍ତି । ସୁରକ୍ଷା ବାହିନୀର ତିନି ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି।

ଏହି ଏନକାଉଣ୍ଟର କାଙ୍କେର ଜଙ୍ଗଲରେ ହୋଇଥିଲା। ଏନକାଉଣ୍ଟର ସ୍ଥଳୀରୁ ୧୮ ଜଣ ନକ୍ସଲଙ୍କ ମୃତଦେହ ସହ ୭ଟି ଏକେ ୪୭ ଓ ୩ଟି ଏଲଏମଜି ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଏହି ଏନକାଉଣ୍ଟରରେ ଜଣେ ଇନ୍ସପେକ୍ଟରଙ୍କ ସମେତ ଦୁଇଜଣ ବିଏସଏଫ ସୈନିକ ଆହତ ହୋଇଛନ୍ତି। ଇନ୍ସପେକ୍ଟରଙ୍କ ଗୋଡରେ ଗୁଳି ବାଜିଥିବାବେଳେ କନଷ୍ଟେବଳ ସାମାନ୍ୟ ଆହତ ହୋଇଥିଲେ। ଛୋଟେବେଠିଆ ଥାନା ଅଧୀନ କାଙ୍କେର ଜଙ୍ଗଲରେ ଏନକାଉଣ୍ଟର ଜାରି ରହିଛି ବୋଲି କାଙ୍କେର ଜିଲ୍ଲା ଏସପି ଆଇ.କେ ଆଲେସେଲା ସୂଚନା ଦେଇଛନ୍ତି ।

#Odia#Odisha#News
Share Article:

Related Articles