ମା’ ତାରାତାରିଣୀଙ୍କ ଅଶୋକାଷ୍ଟମୀ ପୂଜା, ଚୈତ୍ର ମଙ୍ଗଳବାର ଚତୁର୍ଥ ପାଳି ପୂଜା
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ, ଗଞ୍ଜାମ ଜିଲ୍ଲାବାସୀଙ୍କ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଆଜି ଚୈତ୍ର ମାସ ବାସନ୍ତୀକ ପର୍ବର ଅଶୋକାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରା ଚତୁର୍ଥ ପାଳି ମଧ୍ୟ ହୋଇଥିଲା। ଏକକାଳୀନ ଦୁଇଟି ଉତ୍ସବ ହେଉଥିବାରୁ ମନ୍ଦିର ପରିସର ବେଶ୍ ଚଳଚଞ୍ଚଳ ଥିଲା। ଭକ୍ତମାନେ ଦେବୀଙ୍କ ମହିଷାମର୍ଦ୍ଦିନୀ ବେଶ ଦର୍ଶନ କରିବା ସହ ପରିବାର ମଙ୍ଗଳକାମନା କରିଥିଲେ। ମା’ ତାରାତାରିଣୀଙ୍କ ମନ୍ଦିରରେ ବାସନ୍ତୀକ ପର୍ବ ତଥା ଅଶୋକାଷ୍ଟମୀ ପୂଜା [...]
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ, ଗଞ୍ଜାମ ଜିଲ୍ଲାବାସୀଙ୍କ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଆଜି ଚୈତ୍ର ମାସ ବାସନ୍ତୀକ ପର୍ବର ଅଶୋକାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରା ଚତୁର୍ଥ ପାଳି ମଧ୍ୟ ହୋଇଥିଲା। ଏକକାଳୀନ ଦୁଇଟି ଉତ୍ସବ ହେଉଥିବାରୁ ମନ୍ଦିର ପରିସର ବେଶ୍ ଚଳଚଞ୍ଚଳ ଥିଲା। ଭକ୍ତମାନେ ଦେବୀଙ୍କ ମହିଷାମର୍ଦ୍ଦିନୀ ବେଶ ଦର୍ଶନ କରିବା ସହ ପରିବାର ମଙ୍ଗଳକାମନା କରିଥିଲେ।
ମା’ ତାରାତାରିଣୀଙ୍କ ମନ୍ଦିରରେ ବାସନ୍ତୀକ ପର୍ବ ତଥା ଅଶୋକାଷ୍ଟମୀ ପୂଜା ସକାଶେ ବିଭିନ୍ନ ରୀତିନୀତି ପାଳନ ପୂର୍ବକ ପୂଜା ପାଠ ସାଙ୍ଗକୁ ଘୃତ ଯଜ୍ଞ ଓ ଚଣ୍ଡୀ ପାଠ କରାଯାଇଥିଲା। ମଧ୍ୟ ରାତ୍ରରେ ମହାଦୀପ ପ୍ରଜ୍ବଳନ କରାଯାଇଥିଲା। ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ମନ୍ଦିର ବେଢ଼ା ପରିକ୍ରମା କରି ୨୧ ପାହାଚ ଅତିକ୍ରମ କରି ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ରତ୍ନ ସିଂହାସନରେ ବିଜେ କରିଥିଲେ। ଅପରପକ୍ଷରେ ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ବେ ଚୈତ୍ର ଚତୁର୍ଥ ପାଳି ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ଚୈତ୍ର ମାସରେ ପାଞ୍ଚ ପାଳି ପଡୁଛି। ତଥାପି ଚତୁର୍ଥ ପାଳି ମଙ୍ଗଳବାର ଯାତ୍ରାରେ ଅସଂଖ୍ୟ ଭକ୍ତ ଜୁଟିଥିଲେ। ଭୋର ତିନିଟାରୁ ମନ୍ଦିର ରୀତିନୀତି ସମାପନ କରାଯାଇ ଭୋରରେ ସର୍ବସାଧାରଣ ଦର୍ଶନ ନିମନ୍ତେ ସାହାଣମେଲା କରାଯାଇଥିଲା। ଅପରାହ୍ନ ତିନିଟା ପଯ୍ୟନ୍ତ ଭକ୍ତଙ୍କ ସମାଗମ ଲାଗି ରହିଥିଲା। ବିଶେଷ କରି ଅଶୋକାଷ୍ଟମୀ ପୂଜା ସକାଶେ ସନ୍ଧ୍ୟାରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଭକ୍ତଙ୍କ ନାହଁ ନଥିବା ଭିଡ଼ ଜମିଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ତଥା ବ୍ଲକ୍ ଓ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କର୍ତ୍ତା ଭାବେ ସେବାୟତ ମୁଖ୍ୟ ତପନ କୁମାର ରଣା, ମୁଖ୍ୟ ପୁରୋହିତ ସୀମାଞ୍ଚଳ ଦାଶ ଶର୍ମା ଦାୟିତ୍ଵ ବହନ କରିଥିଲେ। ଏଥିରେ ମନ୍ଦିରର ସମସ୍ତ ସେବାୟତ ପୂର୍ଣ୍ଣ ସହଯୋଗ କରୁଛନ୍ତି।
ଛତିଶଗଡର କାଙ୍କେର ଜଙ୍ଗଲରେ ଏନକାଉଣ୍ଟର, ୧୮ ନକ୍ସଲ ନିହତ
Next Articleମତଦାତାଙ୍କୁ ଜିଲ୍ଲା ପ୍ରଶାସନ ଅଭିନବ ଢଙ୍ଗରେ ସଚେତନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
