News Room Odisha
BREAKING
Odia

ଭିନେଶଙ୍କ ସହ ତିନି ଭାରତୀୟ ରେସଲରଙ୍କୁ ଅଲିମ୍ପିକ୍ ଟିକେଟ୍‌

ନୂଆଦିଲ୍ଲୀ: ଭାରତୀୟ ରେସଲର ଭିନେଶ ଫୋଗାଟ୍ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତିି। ସେ ମହିଳା ୫୦ କିଲୋଗ୍ରାମ ବର୍ଗରେ ଅଲିମ୍ପିକ୍ କୋଟା ହାସଲ କରିଛନ୍ତି।ଏସୀୟ ଅଲିମ୍ପିକ୍ କ୍ୱାଲିଫାୟରର ସେମିଫାଇନାଲରେ ଜିତିବା ପରେ ଭିନେଶ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭିନେଶଙ୍କ ଯୋଗ୍ୟତା ସମ୍ପର୍କରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସୂଚନା ଦେଇଛି। ଭିନେଶଙ୍କ ବ୍ୟତୀତ ଭାରତର ଆଉ [...]

Admin•April 21, 2024
Share Article:

ନୂଆଦିଲ୍ଲୀ: ଭାରତୀୟ ରେସଲର ଭିନେଶ ଫୋଗାଟ୍ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତିି। ସେ ମହିଳା ୫୦ କିଲୋଗ୍ରାମ ବର୍ଗରେ ଅଲିମ୍ପିକ୍ କୋଟା ହାସଲ କରିଛନ୍ତି।ଏସୀୟ ଅଲିମ୍ପିକ୍ କ୍ୱାଲିଫାୟରର ସେମିଫାଇନାଲରେ ଜିତିବା ପରେ ଭିନେଶ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭିନେଶଙ୍କ ଯୋଗ୍ୟତା ସମ୍ପର୍କରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସୂଚନା ଦେଇଛି।

ଭିନେଶଙ୍କ ବ୍ୟତୀତ ଭାରତର ଆଉ ଦୁଇଜଣ ମହିଳା କୁସ୍ତି ଖେଳାଳି ଅଂଶୁ ମଲିକ୍ ଏବଂ ରିତିକା ହୁଡା ମଧ୍ୟ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛନ୍ତି। ଅଂଶୁ ମଲିକ ମହିଳା ୫୭ କିଲୋଗ୍ରାମ ବର୍ଗରେ କୋଟା ହାସଲ କରିଥିବା ବେଳେ ରିତିକା ୭୬ କିଲୋଗ୍ରାମ ବର୍ଗରେ ଅଲିମ୍ପିକ୍ ଟିକେଟ୍‌ ନିଶ୍ଚିତ କରିଛନ୍ତିି।

ଭିନେଶ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଚେହେରା ଥିଲେ । ମହିଳା କୁସ୍ତି ଖେଳାଳିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରି ଭିନେଶଙ୍କ ସହ ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ଭଳି ଷ୍ଟାର କୁସ୍ତିଯୋଦ୍ଧା ବ୍ରିଜ ଭୂଷଣଙ୍କୁ ଗିରଫ ଓ ହଟାଇବା ଦାବିରେ ଆନ୍ଦୋଳନ କରିଥିଲେ।

#Odia#Odisha#News
Share Article:

Related Articles