News Room Odisha
BREAKING
Odia

ମଣିପୁରର ୧୧ଟି ବୁଥରେ ହେବ ସାନି ମତଦାନ

ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରର ଇନର ମଣିପୁର ଲୋକସଭା ଆସନର ୧୧ଟି ବୁଥରେ ଆସନ୍ତାକାଲି (ଏପ୍ରିଲ ୨୨) ସାନି ମତଦାନ ହେବ। ନିର୍ବାଚନ କମିଶନ ଏହି ଘୋଷଣା କରିଛନ୍ତିି। ନିର୍ବାଚନ କମିଶନ ଏକ ବିବୃତ୍ତିରେ କହିଛନ୍ତି, ଏପ୍ରିଲ ୨୨ ସୋମବାର ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଇନର ମଣିପୁରର ୧୧ ବୁଥରେ ପୁନଃ ଭୋଟ ଗ୍ରହଣ କରାଯିବ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ହିଂସା ଯୋଗୁଁ ଇନର ମଣିପୁର ଆସନ ଅନ୍ତର୍ଗତ ବିଭିନ୍ନ ବୁଥରେ ମତଦାନ [...]

Admin•April 21, 2024
Share Article:

ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରର ଇନର ମଣିପୁର ଲୋକସଭା ଆସନର ୧୧ଟି ବୁଥରେ ଆସନ୍ତାକାଲି (ଏପ୍ରିଲ ୨୨) ସାନି ମତଦାନ ହେବ। ନିର୍ବାଚନ କମିଶନ ଏହି ଘୋଷଣା କରିଛନ୍ତିି।

ନିର୍ବାଚନ କମିଶନ ଏକ ବିବୃତ୍ତିରେ କହିଛନ୍ତି, ଏପ୍ରିଲ ୨୨ ସୋମବାର ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଇନର ମଣିପୁରର ୧୧ ବୁଥରେ ପୁନଃ ଭୋଟ ଗ୍ରହଣ କରାଯିବ।

ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ହିଂସା ଯୋଗୁଁ ଇନର ମଣିପୁର ଆସନ ଅନ୍ତର୍ଗତ ବିଭିନ୍ନ ବୁଥରେ ମତଦାନ ବ୍ୟାହତ ହୋଇଥିଲା। ଇମ୍ଫାଲ୍ ୱେଷ୍ଟର ଇରୋଏସେମ୍ବା ମତଦାନ କେନ୍ଦ୍ରରେ ଇଭିଏମ୍ ମେସିନ୍ ଭଙ୍ଗାଯିବା ଅଭିଯୋଗ ହୋଇଥିଲା। ଆଉ କିଛି ସ୍ଥାନରେ ଗୁଳିକାଣ୍ଡ ଖବର ମଧ୍ୟ ଆସିଥିଲା।

#Odia#Odisha#News
Share Article:

Related Articles