News Room Odisha
BREAKING
Odia

ପୁଣି ଫେରିବ ଅସହ୍ୟ ତାତି : ଏପ୍ରିଲ ୨୬ ଓ ୨୭ରେ ସ୍ଥିତି ଗମ୍ଭୀର ହେବା ନେଇ ଚେତାବନୀ

ଭୁବନେଶ୍ୱର – ଦୁଇ ଦିନ ହେବ ତାତି ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ଆଗକୁ ସ୍ଥିତି ଗମ୍ଭୀର ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୨୪ରୁ ୨୭ ତାରିଖ ଯାଏଁ ପୁଣି ରାଜ୍ୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ଏପ୍ରିଲ ୨୪ ଓ ୨୫ରେ ଉତ୍ତର ଓ ଉପକୂଳ ଓଡିଶାରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ [...]

Admin•April 23, 2024
Share Article:

ଭୁବନେଶ୍ୱର – ଦୁଇ ଦିନ ହେବ ତାତି ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ଆଗକୁ ସ୍ଥିତି ଗମ୍ଭୀର ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୨୪ରୁ ୨୭ ତାରିଖ ଯାଏଁ ପୁଣି ରାଜ୍ୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ଏପ୍ରିଲ ୨୪ ଓ ୨୫ରେ ଉତ୍ତର ଓ ଉପକୂଳ ଓଡିଶାରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୬ ଓ ୨୭ ତାରିଖରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଗମ୍ଭୀର ହେବ । ଏପ୍ରିଲ ୨୬ତାରିଖରେ ସିଭିୟର ହିଟୱେଭ୍ ନେଇ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୨୭ ତାରିଖରେ ସିଭିୟର୍ ହିଟୱେଭ୍ ନେଇ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେତେବେଳକୁ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

#Odia#Odisha#News
Share Article:

Related Articles