News Room Odisha
BREAKING
Odia

ବିଜ୍ଞାପନ ପରି କ୍ଷମା ପ୍ରାର୍ଥନା ବଡ଼ ଆକାରରେ ପ୍ରକାଶ କରିଛ ତ ? ରାମଦେବ, ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସେମାନେ ଖବରକାଗଜରେ କ୍ଷମା ପ୍ରାର୍ଥନା ପ୍ରକାଶ କରିଛନ୍ତି ବୋଲି ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ତେବେ ଗତକାଲିର ଖବରକାଗଜରେ ଉଭୟଙ୍କ କ୍ଷମା ପ୍ରାର୍ଥନା ସେମାନଙ୍କ କମ୍ପାନୀର ବିଜ୍ଞାପନ ପରି ବଡ଼‌ ଆକାରରେ ଦେଇଛ କି ନାହିଁ ବୋଲି ସୁପ୍ରିମକୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କୁ ପ୍ରଶ୍ନ କରିଛନ୍ତି। ବିଭ୍ରାନ୍ତିକର ବିଜ୍ଞାପନ ସହ ଜଡ଼ିତ ମାମଲାରେ ରାମଦେବ ଏବଂ ବାଲକୃଷ୍ଣ [...]

Admin•April 23, 2024
Share Article:

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସେମାନେ ଖବରକାଗଜରେ କ୍ଷମା ପ୍ରାର୍ଥନା ପ୍ରକାଶ କରିଛନ୍ତି ବୋଲି ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ତେବେ ଗତକାଲିର ଖବରକାଗଜରେ ଉଭୟଙ୍କ କ୍ଷମା ପ୍ରାର୍ଥନା ସେମାନଙ୍କ କମ୍ପାନୀର ବିଜ୍ଞାପନ ପରି ବଡ଼‌ ଆକାରରେ ଦେଇଛ କି ନାହିଁ ବୋଲି ସୁପ୍ରିମକୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କୁ ପ୍ରଶ୍ନ କରିଛନ୍ତି।

ବିଭ୍ରାନ୍ତିକର ବିଜ୍ଞାପନ ସହ ଜଡ଼ିତ ମାମଲାରେ ରାମଦେବ ଏବଂ ବାଲକୃଷ୍ଣ ଆଜି ସୁପ୍ରିମକୋର୍ଟରେ ପୁଣି ହାଜର ହୋଇଥିଲେ । ଗତ ଶୁଣାଣି ବେଳେ ଉଭୟ ସୁପ୍ରିମକୋର୍ଟଙ୍କ ଠାରୁ କ୍ଷମା ପ୍ରାର୍ଥନା କରିଥିଲେ । ସର୍ବସାଧାରଣରେ ମଧ୍ୟ କ୍ଷମା ପ୍ରାର୍ଥନା କରିବାକୁ ସେମାନେ ପ୍ରସ୍ତାବ ଦେଇଥିଲେ।

ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ରାମଦେବ ଏବଂ ବାଳକୃଷ୍ଣଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ସୋମବାର ୬୭ଟି ଖବରକାଗଜରେ ଏହି କ୍ଷମା ପ୍ରାର୍ଥନା ପ୍ରକାଶ ପାଇଛି।

ଏହା ପରେ ଜଷ୍ଟିସ କୋହଲି ପତଞ୍ଜଳି ଆୟୁର୍ବେଦକୁ ଖବରକାଗଜରେ ମୁଦ୍ରିତ ବିଜ୍ଞାପନ କଟିଂ କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ କୋହଲି କହିଛନ୍ତି ଯେ କ୍ଷମା ପ୍ରାର୍ଥନା କେତେ ବଡ଼ ଛପା ହୋଇଛି ସେ ଦେଖିବାକୁ ଚାହୁଁଛନ୍ତି। ଏହି କ୍ଷମା ପ୍ରାର୍ଥନା ପଢ଼ିବା ପାଇଁ ଯେଭଳି ମାଇକ୍ରୋସ୍କୋପ ବ୍ୟବହାର କରିବାକୁ ନ ପଡ଼େ ।‌ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି କୋର୍ଟ।

ଚଳିତ ମାସ ଆରମ୍ଭରେ ହୋଇଥିବା ଶୁଣାଣିରେ ରାମଦେବ, ବାଳକୃଷ୍ଣ ଏବଂ ପତଞ୍ଜଳି ଆୟୁର୍ବେଦଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିବାକୁ କୋର୍ଟ ମନା କରିଦେଇଥିଲେ ।
ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଏହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ, ପତଞ୍ଜଳି ଆୟୁର୍ବେଦ ଓ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ସହ-ପ୍ରତିଷ୍ଠାତା ରାମଦେବଙ୍କ ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଦ୍ବାରା ଦାୟର ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କିତ ମାମଲାର ଶୁଣାଣି କରୁଛନ୍ତି।

#Odia#Odisha#News
Share Article:

Related Articles