News Room Odisha
BREAKING
Odia

ମା଼’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦଯାପିତ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରା ପଞ୍ଚମ ପାଳି ସହ ଉଦଯାପିତ ହୋଇଛି। ଚୈତ୍ର ମାସର ଅନ୍ତିମ ମଙ୍ଗଳବାରରେ ମା’ ତାରାତାରିଣୀ ଆଦିଶକ୍ତି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏଥିସହ ଚୈତ୍ର ପୂର୍ଣ୍ଣିମାରେ ସଙ୍କଟତାରିଣୀ ବ୍ରତ ପୂଜା ସମ୍ପନ୍ନ ହୋଇଛି। ମା’ ତାରାତାରିଣୀଙ୍କ ପୀଠର ଅନ୍ୟତମ ପ୍ରମୁଖ ପର୍ବ ଚୈତ୍ର ମଙ୍ଗଳବାର ଯାତ୍ରା। ସଂକ୍ରାନ୍ତି ମୂଳାଷ୍ଟମୀ ଠାରୁ ଅଶୋକାଷ୍ଟମୀ ପର୍ଯ୍ୟନ୍ତ ବାସନ୍ତିକ ନବରାତ୍ର ପୂଜା ସାଙ୍ଗକୁ ଚୈତ୍ର ମାସର [...]

Admin•April 23, 2024
Share Article:

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରା ପଞ୍ଚମ ପାଳି ସହ ଉଦଯାପିତ ହୋଇଛି। ଚୈତ୍ର ମାସର ଅନ୍ତିମ ମଙ୍ଗଳବାରରେ ମା’ ତାରାତାରିଣୀ ଆଦିଶକ୍ତି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏଥିସହ ଚୈତ୍ର ପୂର୍ଣ୍ଣିମାରେ ସଙ୍କଟତାରିଣୀ ବ୍ରତ ପୂଜା ସମ୍ପନ୍ନ ହୋଇଛି।

ମା’ ତାରାତାରିଣୀଙ୍କ ପୀଠର ଅନ୍ୟତମ ପ୍ରମୁଖ ପର୍ବ ଚୈତ୍ର ମଙ୍ଗଳବାର ଯାତ୍ରା। ସଂକ୍ରାନ୍ତି ମୂଳାଷ୍ଟମୀ ଠାରୁ ଅଶୋକାଷ୍ଟମୀ ପର୍ଯ୍ୟନ୍ତ ବାସନ୍ତିକ ନବରାତ୍ର ପୂଜା ସାଙ୍ଗକୁ ଚୈତ୍ର ମାସର ପୂର୍ଣ୍ଣମୀ ତିଥିରେ ସଙ୍କଟତାରିଣୀ ବ୍ରତ ମନ୍ଦିରରେ ପାଳନ କରାଯାଇଥାଏ। ଚୈତ୍ର ମଙ୍ଗଳବାର ଯାତ୍ରାରେ ରାଜ୍ୟର ବିଭିନ୍ନ ସ୍ଥାନ ଏପରିକି ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ସହ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହୋଇଉଠୁଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ମାନସିକ ପୂରଣ ପାଇଁ ପୂଜା ଆରାଧନା ହୋଇଥାଏ। ଛୋଟ ପିଲାଙ୍କ ମୁଣ୍ଡନ କରାଇଥାନ୍ତି ପିତାମାତା ଓ ଗୁରୁଜନ। ତେବେ ତୃତୀୟ ଓ ଚତୁର୍ଥ ପାଳିରେ ସର୍ବାଧିକ ଭିଡ଼ ହୋଇଥିଲା ବେଳେ ଅନ୍ତିମ ମଙ୍ଗଳବାର ପାଳିରେ ଅପେକ୍ଷାକୃତ କମ୍ ସଂଖ୍ୟକ ମାନସିକଧାରୀ ଉପସ୍ଥିତ ଥିଲେ।

ଭୋର ଚାରିଟାରେ ପୀଠର ନୀତିକାନ୍ତି କରାଯାଇ ସାଢ଼େ ୬ଟାରୁ ସାହାଣମେଲା କରାଯାଇ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତମାନେ ମା’ ତାରାତାରିଣୀଙ୍କ ଆଦିଶକ୍ତି ବେଶ ଦର୍ଶନ କରି ପରମତୃପ୍ତି ଲାଭ କରିଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମାନସିକଧାରୀଙ୍କୁ ପୀଠକୁ ଯିବାରୁ ରୋକିପାରି ନଥିଲା। ବରଂ ଶ୍ରଦ୍ଧାଳୁମାନେ ଭୋର୍ ସମୟରୁ ହିଁ ପହଞ୍ଚିବା ଲକ୍ଷ୍ୟ କରାଯାଇଥିଲା। ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ସମେତ ପୋଲିସ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଜଳଯୋଗାଣ ଓ ବିଦ୍ୟୁତ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ମନ୍ଦିରର ସମସ୍ତ ସେବାୟତ ପରିବାରଙ୍କ ପୂର୍ଣ୍ଣ ସହଯୋଗରେ ଭକ୍ତମାନେ ସୁଚାରୁରୂପେ ଦର୍ଶନ କରିପାରିଥିଲେ।

#Odia#Odisha#News
Share Article:

Related Articles