News Room Odisha
BREAKING
Odia

ଚହଲଙ୍କ ମାଇଲଖୁଣ୍ଟ, ପ୍ରଥମ ବୋଲର ଭାବେ ଆଇପିଏଲରେ ୨୦୦ ଓ୍ବିକେଟ୍ ନେଲେ

ଜୟପୁର: ରାଜସ୍ଥାନ ରୟାଲ୍ସର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଆଇପିଏଲରେ ପ୍ରଥମ ବୋଲର ଭାବେ ୨୦୦ ୱିକେଟ୍ ନେଇ ଇତିହାସ ରଚିଛନ୍ତି। ସୋମବାର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍ ମହମ୍ମଦ ନବୀଙ୍କୁ ଆଉଟ୍ କରି ଏହି ଡାହାଣହାତୀ ଲେଗ ସ୍ପିନର ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଚହଲ ନିଜ ବଲରେ ନାବିଙ୍କ କ୍ୟାଚ୍ ନେଇଥିଲେ। ୨୦୧୩ରେ ଆଇପିଏଲ୍ ଡେବ୍ୟୁ କରିଥିବା ଚହଲ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ମଧ୍ୟ [...]

Admin•April 23, 2024
Share Article:

ଜୟପୁର: ରାଜସ୍ଥାନ ରୟାଲ୍ସର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଆଇପିଏଲରେ ପ୍ରଥମ ବୋଲର ଭାବେ ୨୦୦ ୱିକେଟ୍ ନେଇ ଇତିହାସ ରଚିଛନ୍ତି। ସୋମବାର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍ ମହମ୍ମଦ ନବୀଙ୍କୁ ଆଉଟ୍ କରି ଏହି ଡାହାଣହାତୀ ଲେଗ ସ୍ପିନର ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଚହଲ ନିଜ ବଲରେ ନାବିଙ୍କ କ୍ୟାଚ୍ ନେଇଥିଲେ।

୨୦୧୩ରେ ଆଇପିଏଲ୍ ଡେବ୍ୟୁ କରିଥିବା ଚହଲ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ମଧ୍ୟ ଖେଳିଛନ୍ତି। ପୂର୍ବତନ ଚେନ୍ନାଇ ସୁପର କିଙ୍ଗ୍ସ ବୋଲର ଡୱେନ ବ୍ରାଭୋ (୧୬୧ ମ୍ୟାଚରେ ୧୮୩ ୱିକେଟ୍)ଙ୍କୁ ପଛରେ ପକାଇ ଚହଲ ବର୍ତ୍ତମାନ ଆଇପିଏଲର ସବୁଠାରୁ ସଫଳ ବୋଲର ହୋଇଛନ୍ତି।

#Odia#Odisha#News
Share Article:

Related Articles