News Room Odisha
BREAKING
Odia

ବିକାଶ ହେଉଛି ଆମର ପରିଚୟ: ନବୀନ ପଟ୍ଟନାୟକ, ହିଞ୍ଜିଳିରୁ ଆରମ୍ଭ କଲେ ପ୍ରଚାର

ବ୍ରହ୍ମପୁର: ବିକାଶ ହେଉଛି ଆମର ପରିଚୟ। ମାତ୍ର ବିକାଶକୁ ବିପକ୍ଷ ଦଳ ବିରୋଧ କରୁଛନ୍ତି। ଏଭଳି ବିରୋଧୀଙ୍କ ଅସଲ ରୂପ ଲୋକ ଜାଣନ୍ତି। ଲୋକେ ଏହାର ଜବାବ ଦେବେ। ଆମର ବିଜୟ ଧାରା ଜାରି ରହିବ। ଯୋଡ଼ି ଶଙ୍ଖ ଆମର ପରିଚୟ, ଯୋଡି ଶଙ୍ଖରେ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ପୂର୍ବାହ୍ନରେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ବ୍ଲକ୍ ସମରଝୋଳ ଠାରେ ସାଧାରଣ ସଭାରେ ଉଦବୋଧନ [...]

Admin•April 24, 2024
Share Article:

ବ୍ରହ୍ମପୁର: ବିକାଶ ହେଉଛି ଆମର ପରିଚୟ। ମାତ୍ର ବିକାଶକୁ ବିପକ୍ଷ ଦଳ ବିରୋଧ କରୁଛନ୍ତି। ଏଭଳି ବିରୋଧୀଙ୍କ ଅସଲ ରୂପ ଲୋକ ଜାଣନ୍ତି। ଲୋକେ ଏହାର ଜବାବ ଦେବେ। ଆମର ବିଜୟ ଧାରା ଜାରି ରହିବ। ଯୋଡ଼ି ଶଙ୍ଖ ଆମର ପରିଚୟ, ଯୋଡି ଶଙ୍ଖରେ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ପୂର୍ବାହ୍ନରେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ବ୍ଲକ୍ ସମରଝୋଳ ଠାରେ ସାଧାରଣ ସଭାରେ ଉଦବୋଧନ ଦେଇ ଏହା କହିଛନ୍ତି ସେ। ଏଠାରୁ ଦଳ ପାଇଁ ପ୍ରଚାରର ଶଙ୍ଖନାଦ କରି ବିଜେଡି ସରକାରର ଜନହିତକର ଯୋଜନାର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବିରୋଧୀ ଦଳ କିପରି ବିକାଶ ବିରୋଧୀ ଭୂମିକା ତୁଲାଇ ଲୋକଙ୍କୁ ଭ୍ରମିତ କରୁଛନ୍ତି ତାହା ମଧ୍ୟ ଅବଗତ କରାଇଛନ୍ତି। ବିଜେଡି ହିଁ ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିପାରିବ। ସେମାନଙ୍କ ସାମଗ୍ରିକ ବିକାଶ ବିଜେଡି ସରକାର ଦ୍ବାରା ହୋଇପାରିବ ବୋଲି କହି ବିଜେଡିକୁ ସାଂସଦ ଓ ବିଧାୟକ ନିର୍ବାଚନରେ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ। ଏକ ସ୍ବାଭିମାନୀ, ସଶକ୍ତ, ନବୀନ ଓଡ଼ିଶା ଗଠନ ନିମନ୍ତେ ବିଜେଡିକୁ ସମର୍ଥନ କରିବା ସହ ବିପୁଳ ଭୋଟରେ ବିଜୟୀ କରାଇବାକୁ ନିବେଦନ କରିଥିଲେ। ବିଜେଡି ସୁପ୍ରିମୋଙ୍କ ସହ ନବୀନ ଓଡ଼ିଶା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମାବେଶରେ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles