News Room Odisha
BREAKING
Odia

ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ବଡ଼ ଆକାରରେ କ୍ଷମା ପ୍ରାର୍ଥନା ପ୍ରକାଶ କଲେ ରାମଦେବ

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ପକ୍ଷରୁ ବୁଧବାର (ଏପ୍ରିଲ ୨୪) ଖବରକାଗଜରେ ପୁଣି ଏକ କ୍ଷମା ପ୍ରାର୍ଥନା ପ୍ରକାଶ କରାଯାଇଛି। ଏହାପୂର୍ବରୁ ପତଞ୍ଜଳି ଏପ୍ରିଲ ୨୨ରେ ମଧ୍ୟ କ୍ଷମା ପ୍ରାର୍ଥନା ପ୍ରକାଶ କରିଥିଲା। ତେବେ ଏହି କ୍ଷମା ପ୍ରାର୍ଥନା ଛୋଟ ଆକାରରେ ପ୍ରକାଶିତ ହୋଇଥିବାରୁ ସୁପ୍ରିମକୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପତଞ୍ଜଳି ନିଜ ଆୟୁର୍ବେଦିକ ଔଷଧ ସମ୍ପର୍କରେ ଯେଉଁଭଳି ବଡ଼ ଆକାରରେ ବିଜ୍ଞାପନ ଦେଇଥିଲା, କ୍ଷମାପ୍ରାର୍ଥନା ମଧ୍ୟ ବଡ଼ [...]

Admin•April 24, 2024
Share Article:

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ପକ୍ଷରୁ ବୁଧବାର (ଏପ୍ରିଲ ୨୪) ଖବରକାଗଜରେ ପୁଣି ଏକ କ୍ଷମା ପ୍ରାର୍ଥନା ପ୍ରକାଶ କରାଯାଇଛି। ଏହାପୂର୍ବରୁ ପତଞ୍ଜଳି ଏପ୍ରିଲ ୨୨ରେ ମଧ୍ୟ କ୍ଷମା ପ୍ରାର୍ଥନା ପ୍ରକାଶ କରିଥିଲା। ତେବେ ଏହି କ୍ଷମା ପ୍ରାର୍ଥନା ଛୋଟ ଆକାରରେ ପ୍ରକାଶିତ ହୋଇଥିବାରୁ ସୁପ୍ରିମକୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପତଞ୍ଜଳି ନିଜ ଆୟୁର୍ବେଦିକ ଔଷଧ ସମ୍ପର୍କରେ ଯେଉଁଭଳି ବଡ଼ ଆକାରରେ ବିଜ୍ଞାପନ ଦେଇଥିଲା, କ୍ଷମାପ୍ରାର୍ଥନା ମଧ୍ୟ ବଡ଼ ଆକାରରେ ପ୍ରକାଶିତ ହେବା ଉଚିତ ବୋଲି କହିଥିଲେ ସୁପ୍ରିମକୋର୍ଟ।

ବୁଧବାର ଖବରକାଗଜରେ ପ୍ରକାଶିତ କ୍ଷମା ପ୍ରାର୍ଥନା ପତ୍ରରେ ପତଞ୍ଜଳି କହିଛି ଯେ – ବିଜ୍ଞାପନ ପ୍ରକାଶନରେ ହୋଇଥିବା ଭୁଲ ପାଇଁ ଆମେ ଆନ୍ତରିକତାର ସହ ଏବଂ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ। ଏହିପରି ଭୁଲର ଆଉ ପୁନରାବୃତ୍ତି ହେବ ନାହିଁ | ଆମେ ସାବଧାନତା ପୂର୍ବକ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଛୁ।

ପତଞ୍ଜଳି ମଙ୍ଗଳବାର ସୁପ୍ରିମକୋର୍ଟରେ ଦାବି କରିଥିଲା ଯେ ସେମାନେ ୬୭ଟି ଖବରକାଗଜରେ କ୍ଷମା ପ୍ରାର୍ଥନା ପ୍ରକାଶ କରିଛନ୍ତି। ଏନେଇ ଜଷ୍ଟିସ୍ ହିମା କୋହଲି ପଚାରିଥିଲେ – ଆପଣଙ୍କ ବିଜ୍ଞାପନ ଭଳି ଆପଣଙ୍କ କ୍ଷମା ପ୍ରାର୍ଥନା ବଡ଼ ଆକାରରେ ପ୍ରକାଶିତ ହୋଇଛି ତ? ପ୍ରକାଶିତ କ୍ଷମା ପ୍ରାର୍ଥନାର କଟିଂ ଆମକୁ ପଠାନ୍ତୁ । ଆମେ ସେଗୁଡ଼ିକର ପ୍ରକୃତ ଆକାର ଦେଖିବାକୁ ଚାହୁଁ |”

ଜଷ୍ଟିସ୍ କୋହଲି କହିଥିଲେ, ଯେତେବେଳେ ଆପଣ ଏକ ବିଜ୍ଞାପନ ପ୍ରକାଶ କରନ୍ତି ଏହାର ଅର୍ଥ ନୁହେଁ ଯେ ଆମେ ଏହାକୁ ମାଇକ୍ରୋସ୍କୋପ୍ ପକାଇ ଦେଖିବୁ। ଏହା କେବଳ ପୃଷ୍ଠାରେ ସୀମିତ ରହିବା ଉଚିତ ନୁହେଁ, ଏହାକୁ ପଢ଼ାଯିବା ଉଚିତ । ଏହା ପରେ କୋର୍ଟ ରାମଦେବ ଏବଂ ବାଳକୃଷ୍ଣଙ୍କୁ ଆସନ୍ତା ଦୁଇ ଦିନ ମଧ୍ୟରେ ଅନ-ରେକର୍ଡ କ୍ଷମାପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦ରେ ହେବ।

#Odia#Odisha#News
Share Article:

Related Articles