News Room Odisha
BREAKING
Odia

ଆଉ ଏକ ପର୍ଯ୍ୟାୟ ଗ୍ରୀଷ୍ମ ଲହରୀର ପୂର୍ବାନୁମାନ: ଏପ୍ରିଲ ୨୭ ଓ ୨୮ରେ ଗମ୍ଭୀର ସ୍ଥିତି ନେଇ ଚେତାବନୀ

ଭୁବନେଶ୍ୱର – ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ସ୍ଥିତି ଗମ୍ଭୀର ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ କରି ୨୭ ଓ ୨୮ତାରିଖରେ ସ୍ଥିତି ଅସମ୍ଭାଳ ହେବା ନେଇ ଚେତାବନୀ ଜାରି କରାଯାଇଛି। କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ପରିସ୍ଥିତି ସୃଷ୍ଟି ହେବ। ଦୁଇଦିନ କାଳବୈଶାଖୀ ଯୋଗୁଁ ରାଜ୍ୟର କିଛି କିଛି ସହରରେ ତାପମାତ୍ରା ସାମାନ୍ୟ ହ୍ରାସ [...]

Admin•April 25, 2024
Share Article:

ଭୁବନେଶ୍ୱର – ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ସ୍ଥିତି ଗମ୍ଭୀର ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ କରି ୨୭ ଓ ୨୮ତାରିଖରେ ସ୍ଥିତି ଅସମ୍ଭାଳ ହେବା ନେଇ ଚେତାବନୀ ଜାରି କରାଯାଇଛି। କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ପରିସ୍ଥିତି ସୃଷ୍ଟି ହେବ। ଦୁଇଦିନ କାଳବୈଶାଖୀ ଯୋଗୁଁ ରାଜ୍ୟର କିଛି କିଛି ସହରରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । କିନ୍ତୁ ଆଉ ଏକ ପର୍ଯ୍ୟାୟ ଗ୍ରୀଷ୍ମ ପ୍ରବାହ ବିଷମ ସ୍ଥିତି ସୃଷ୍ଟି କରିବା ଆଶଙ୍କା ର‌ହିଛି ।

ପାଣିପାଗ କେନ୍ଦ୍ର ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟକୁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଗରମ ବାୟୁ ପ୍ରବାହ ହେବ। ଏହାଦ୍ୱାରା ଆସନ୍ତା ୨-୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ଲହରୀ ଓ ୧୭ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି।

୨୬ ତାରିଖରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଆହୁରି ବୃଦ୍ଧି ହେବା ସହ ପ୍ରବଳ ଖରା ଗରମ ଅନୁଭୂତ ହେବ। ଏହାକୁ ଦୃଷ୍ଟିରେ ରଖି ୨୬ରେ ୨୩ଟି ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ ଜାରି କରାଯାଇଥିବା ବେଳେ ୪ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ୨୭ ଓ ୨୮ ତାରିଖ ପାଇଁ ଯେଉଁ ସତର୍କ ସୂଚନା ଜାରି କରାଯାଇଛି, ତାହା ଚିନ୍ତା ବଢ଼ାଇ ଦେଇଛି। କେବଳ କୋରାପୁଟକୁ ଛାଡିଦେଲେ ୨ ଦିନ ପାଇଁ ବାକି ୨୯ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲାର ସ୍ଥିତି ସାଂଘାତିକ ହୋଇପାରେ ପାଣିପାଗ କେନ୍ଦ୍ର ଆଶଙ୍କା କରିବା ସହ ଏହି ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୫ ଡିଗ୍ରୀ ଟପି ଯାଇପାରେ ବୋଲି କେନ୍ଦ୍ର କହିଛି।

#Odia#Odisha#News
Share Article:

Related Articles