News Room Odisha
BREAKING
Odia

ଲୋକଙ୍କ ଅଭିଯୋଗର ଶୀଘ୍ର ସମାଧାନ ନବୀନଙ୍କ ଗ୍ୟାରେଣ୍ଟି : କାର୍ତ୍ତିକ ପାଣ୍ଡିଆନ

କୋରାପୁଟ – ଆଜି କୋରାପୁଟ ଜିଲ୍ଲା ପଟାଙ୍ଗୀ ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର ସମୟରେ ଦେଖିବାକୁ ମିଳିଥିଲା ରାଜ୍ୟ ସରକାରଙ୍କ ପ୍ରତି ଲୋକଙ୍କ ଅଭୁତପୂର୍ବ ବିଶ୍ବାସ। ବିଜୁ ଜନତା ଦଳ ପ୍ରତି ଅତୁଟ ବିଶ୍ବାସ। ସମସ୍ତେ ଜାଣିଥିଲେ ଏହା ହେଉଛି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ। ତଥାପି ଅନେକ ଆସି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଭିଯୋଗ ପତ୍ର ଦେଇଥିଲେ। କାମ ପୂରଣ ପାଇଁ କହିଥିଲେ। ସେମାନଙ୍କର ଦୃଢ ବିଶ୍ବାସ [...]

Admin•April 25, 2024
Share Article:
ଲୋକଙ୍କ ଅଭିଯୋଗର ଶୀଘ୍ର ସମାଧାନ ନବୀନଙ୍କ ଗ୍ୟାରେଣ୍ଟି : କାର୍ତ୍ତିକ ପାଣ୍ଡିଆନ

କୋରାପୁଟ – ଆଜି କୋରାପୁଟ ଜିଲ୍ଲା ପଟାଙ୍ଗୀ ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର ସମୟରେ ଦେଖିବାକୁ ମିଳିଥିଲା ରାଜ୍ୟ ସରକାରଙ୍କ ପ୍ରତି ଲୋକଙ୍କ ଅଭୁତପୂର୍ବ ବିଶ୍ବାସ। ବିଜୁ ଜନତା ଦଳ ପ୍ରତି ଅତୁଟ ବିଶ୍ବାସ। ସମସ୍ତେ ଜାଣିଥିଲେ ଏହା ହେଉଛି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ। ତଥାପି ଅନେକ ଆସି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଭିଯୋଗ ପତ୍ର ଦେଇଥିଲେ। କାମ ପୂରଣ ପାଇଁ କହିଥିଲେ। ସେମାନଙ୍କର ଦୃଢ ବିଶ୍ବାସ ଯେ ଏହି ସରକାର ହିଁ ପୁଣି ଥରେ ଜିତିବ। ସରକାର ଗଢିବ ଏବଂ ସେମାନଙ୍କ କାମ ମଧ୍ୟ ହେବ। ସେହି ବିଶ୍ବାସରେ ଆସୁଛି ସେମାନଙ୍କର ଅଭିଯୋଗ ପତ୍ର।

ସଭାରେ ପାଣ୍ଡିଆନ କହିଥିଲେ ଯେ, ଜନଶୁଣାଣି ଜନସାଧାରଣଙ୍କ ବିଶ୍ବାସକୁ ମଜବୁତ କରିଛି । ଲୋକଙ୍କ ପ୍ରସ୍ତାବର ୭୦ ରୁ ୮୦ ଭାଗ କାମ ୨-୩ ମାସ ମଧ୍ୟରେ ପୂରଣ ହୋଇଛି। ଏହା ନବୀନଙ୍କ ଗ୍ୟାରେଣ୍ଟି ବୋଲି ସେ କହିଥିଲେ ।

#Odia#Odisha#News
Share Article:

Related Articles