News Room Odisha
BREAKING
Odia

ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀଙ୍କ ଦ୍ବାରା ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ବିଜେପି, କଂଗ୍ରେସକୁ ଇସି ନୋଟିସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ନିର୍ବାଚନ କମିଶନ ଗୁରୁବାର ବିଜେପି ଓ କଂଗ୍ରେସ ସଭାପତିଙ୍କୁ ନୋଟିସ ଜାରି କରିଛନ୍ତି । ଉଭୟ କଂଗ୍ରେସ ଏବଂ ବିଜେପି ପରସ୍ପରର ନେତାମାନଙ୍କ ବିରୋଧରେ ନିର୍ବାଚନ ପ୍ରଚାର ସମୟରେ ଘୃଣା ଭାଷଣ ଦେବା ଓ ଧର୍ମ, ଜାତି, ସମ୍ପ୍ରଦାୟ ଏବଂ ଭାଷା ଆଧାରରେ ସମାଜକୁ ବିଭାଜନ କରୁଥିବା ଅଭିଯୋଗ କରିଥିଲେ। ଉଭୟ ଦଳ ଏନେଇ [...]

Admin•April 25, 2024
Share Article:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ନିର୍ବାଚନ କମିଶନ ଗୁରୁବାର ବିଜେପି ଓ କଂଗ୍ରେସ ସଭାପତିଙ୍କୁ ନୋଟିସ ଜାରି କରିଛନ୍ତି ।

ଉଭୟ କଂଗ୍ରେସ ଏବଂ ବିଜେପି ପରସ୍ପରର ନେତାମାନଙ୍କ ବିରୋଧରେ ନିର୍ବାଚନ ପ୍ରଚାର ସମୟରେ ଘୃଣା ଭାଷଣ ଦେବା ଓ ଧର୍ମ, ଜାତି, ସମ୍ପ୍ରଦାୟ ଏବଂ ଭାଷା ଆଧାରରେ ସମାଜକୁ ବିଭାଜନ କରୁଥିବା ଅଭିଯୋଗ କରିଥିଲେ। ଉଭୟ ଦଳ ଏନେଇ ପରସ୍ପର ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ନେଇ ନିର୍ବାଚନ କମିଶନ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କୁ ଏପ୍ରିଲ ୨୯ ପୂର୍ବାହ୍ନ ୧୧ଟା ସୁଦ୍ଧା ଜବାବ ଦେବାକୁ କହିଛନ୍ତିି ।

ନିକଟରେ ରାଜସ୍ଥାନର ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୃଣା ଭାଷଣ ଦେଇଥିବା ଅଭିଯୋଗ କରି କମିଶନଙ୍କ ନିକଟରେ ଫେରାଦ ହୋଇଥିଲା କଂଗ୍ରେସ। ଅନ୍ୟପକ୍ଷରେ ବିଜେପି ଅଭିଯୋଗ କରିଥିଲା ଯେ ରାହୁଲ ଗାନ୍ଧୀ ଦେଶରେ ଗରିବଙ୍କ ସଂଖ୍ୟା ବଢ଼ିଛି ବୋଲି ମିଛ ଦାବି କରୁଛନ୍ତି।

#Odia#Odisha#News
Share Article:

Related Articles