News Room Odisha
BREAKING
Odia

ନରେନ୍ଦ୍ର ପୁଷ୍କରଣୀରୁ ବାହାରିଲେ ନନ୍ଦା ଓ ଭଦ୍ରା

ଆସନ୍ତା ମଇ ୧୦ ତାରିଖରେ ଅକ୍ଷୟ ତୃତୀୟା । ଏହି ଅବସରରେ ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଆରମ୍ଭ ହେବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ବର୍ଷ ତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା, ଭଦ୍ରା ଏବଂ ବୈଜୟନ୍ତୀ ନାମକ ୫ଟି ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଭୋଇ ସେବାୟତମାନଙ୍କଦ୍ୱାରା ଉଦ୍ଧାର କରାଯାଇଛି। ମଦନମୋହନ, ଭୁଦେବୀ, ଶ୍ରୀଦେବୀ ଏବଂ ପଞ୍ଚୁପାଣ୍ଡବ ଶ୍ରୀମନ୍ଦିରରୁ ବିଜେ କରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। ଏଥିଲାଗି ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ [...]

Admin•April 26, 2024
Share Article:

ଆସନ୍ତା ମଇ ୧୦ ତାରିଖରେ ଅକ୍ଷୟ ତୃତୀୟା । ଏହି ଅବସରରେ ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଆରମ୍ଭ ହେବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ବର୍ଷ ତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା, ଭଦ୍ରା ଏବଂ ବୈଜୟନ୍ତୀ ନାମକ ୫ଟି ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଭୋଇ ସେବାୟତମାନଙ୍କଦ୍ୱାରା ଉଦ୍ଧାର କରାଯାଇଛି। ମଦନମୋହନ, ଭୁଦେବୀ, ଶ୍ରୀଦେବୀ ଏବଂ ପଞ୍ଚୁପାଣ୍ଡବ ଶ୍ରୀମନ୍ଦିରରୁ ବିଜେ କରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। ଏଥିଲାଗି ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବାୟତମାନେ ସମସ୍ତ ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଉପରକୁ ଉଠାଇବା ସହ ସେଥିରେ ପିଚୁ, ରାଳ ଆଦି ଦେଇ ମହାପ୍ରଭୁଙ୍କର ଚାପ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ।ପୂରାଣ ବର୍ଣ୍ଣିତ କଥା ଅନୁଯାୟୀ, ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନ ଯ଼ାତ୍ରା ସରିବା ପରେ ଅଥବା ହଳଦୀପାଣି ପରଦିନ ସମସ୍ତ ୫ଟି ଡଙ୍ଗାକୁ ଭଙ୍ଗାଯ଼ାଇ ଭୋଇ ସେବାୟତମାନଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ଦିଆଯ଼ାଇଥାଏ।

ପରମ୍ପରା ଅନୁଯାୟୀ ଚୈତ୍ର ପୂର୍ଣ୍ଣିମା ଅବସରରେ ଏହାକୁ ଉଦ୍ଧାର କରି ମରାମତି ପାଇଁ ପ୍ରସ୍ତୁତ କରାଯାଇଛି। ୨ ଟି ଲେଖାଏଁ ନୌକାକୁ ଯୋଡ଼ି-ଭଦ୍ରା ପ୍ରସ୍ତୁତ କରାଯାଏ । ସେଥିରେ ନୌଯାତ୍ରା କରିଥାଆନ୍ତି ମହାପ୍ରଭୁ । ନରେନ୍ଦ୍ର ପୁଷ୍କରିଣୀରୁ ନନ୍ଦା-ଭଦ୍ରା ସମେତ ୫ଟି ଡଙ୍ଗାକୁ ବାହାରକୁ ଅଣାଯାଇଥିଲା । ପରେ ବିଶ୍ୱକର୍ମା ଓ ଚିତ୍ରକର ସେବକମାନଙ୍କ ସହାୟତାରେ ଡଙ୍ଗା ପ୍ରସ୍ତୁତ ହୋଇ ଠାକୁରଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଅକ୍ଷୟ ତୃତୀୟା ଦିନ ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ଆରମ୍ଭ ହୋଇଯାଏ ଚନ୍ଦନଯାତ୍ରା ।

#Odia#Odisha#News
Share Article:

Related Articles