News Room Odisha
BREAKING
Odia

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ବିଜ୍ଞପ୍ତି ସହ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ବର -ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମେ’ ୨୦ ତାରିଖରେ ଏହି ପର୍ଯ୍ୟାୟରେ ୫ ଲୋକସଭା ଏବଂ ୩୫ ବିଧାନସଭା ଆସନରେ ମତଦାନ ହେବ । ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼ ଏବଂ ସୁନ୍ଦରଗଡ ଲୋକସଭା ଆସନ ସହିତ ଏହାର ଏସବୁ ଅନ୍ତର୍ଗତ ବିଧାନସଭା ଆସନଗୁଡିକ ପାଇଁ ଆଜିଠୁ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହି ପର୍ଯ୍ୟାୟରେ ବରଗଡ [...]

Admin•April 26, 2024
Share Article:

ଭୁବନେଶ୍ବର -ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମେ’ ୨୦ ତାରିଖରେ ଏହି ପର୍ଯ୍ୟାୟରେ ୫ ଲୋକସଭା ଏବଂ ୩୫ ବିଧାନସଭା ଆସନରେ ମତଦାନ ହେବ । ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼ ଏବଂ ସୁନ୍ଦରଗଡ ଲୋକସଭା ଆସନ ସହିତ ଏହାର ଏସବୁ ଅନ୍ତର୍ଗତ ବିଧାନସଭା ଆସନଗୁଡିକ ପାଇଁ ଆଜିଠୁ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହି ପର୍ଯ୍ୟାୟରେ ବରଗଡ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା ବିଧାନସଭା ଆସନରେ ମତଦାନ ହେବ । ସୁନ୍ଦରଗଡ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁର ଏବଂ ବଣାଇ ବିଧାନସଭା ଆସନରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ ।

ବଲାଙ୍ଗିର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ବୀରମହାରାଜପୁର, ସୁବର୍ଣ୍ଣପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼, କଣ୍ଟାବାଞ୍ଝି ବିଧାନସଭା ଆସନ ଏବଂ କନ୍ଧମାଳ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା ଏବଂ ଭଞ୍ଜନଗର ବିଧାନସଭା ଆସନରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ନିଆଯିବ। ଆସ୍କା ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ଆସନରେ ମଧ୍ୟ ମତଦାନ ହେବ । ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଆଜିଠୁ ମେ’ ୩ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ ହେବ । ମେ’ ୪ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ମେ’ ୬ ପ୍ରାର୍ଥିପତ୍ର ପ୍ରତ୍ୟାହାରର ପାଇଁ ଶେଷ ତାରିଖ ରହିଛି।

#Odia#Odisha#News
Share Article:

Related Articles