News Room Odisha
BREAKING
Odia

ବ୍ରିଜ ଭୂଷଣଙ୍କୁ ଝଟକା, ଯୌନ ନିର୍ଯାତନା ମାମଲାର ଅଧିକ ତଦନ୍ତ ପାଇଁ ଆବେଦନ ଖାରଜ

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ବାରା ଦାଖଲ ଯୌନ ନିର୍ଯାତନା ମାମଲାର ଅଧିକ ତଦନ୍ତ ପାଇଁ ବିଜେପି ସାଂସଦ ତଥା କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂହଙ୍କ ଆବେଦନକୁ ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ଘଟଣା ଦିନ ସେ ଭାରତରେ ନଥିଲେ ବୋଲି ବ୍ରିଜ ଭୂଷଣ ଦାବି କରିଥିଲେ। କୋର୍ଟ ଏବେ ମେ ୭ରେ ମୁଖ୍ୟ ମାମଲାରେ ଚାର୍ଜଫ୍ରେମ୍ ନେଇ ରାୟ ଶୁଣାଇ ପାରନ୍ତି । ଏହି ମାମଲାରେ ଚାର୍ଜଫ୍ରେମ୍ ହେବା ପୂର୍ବରୁ ବ୍ରିଜ [...]

Admin•April 26, 2024
Share Article:

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ବାରା ଦାଖଲ ଯୌନ ନିର୍ଯାତନା ମାମଲାର ଅଧିକ ତଦନ୍ତ ପାଇଁ ବିଜେପି ସାଂସଦ ତଥା କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂହଙ୍କ ଆବେଦନକୁ ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ଘଟଣା ଦିନ ସେ ଭାରତରେ ନଥିଲେ ବୋଲି ବ୍ରିଜ ଭୂଷଣ ଦାବି କରିଥିଲେ। କୋର୍ଟ ଏବେ ମେ ୭ରେ ମୁଖ୍ୟ ମାମଲାରେ ଚାର୍ଜଫ୍ରେମ୍ ନେଇ ରାୟ ଶୁଣାଇ ପାରନ୍ତି ।

ଏହି ମାମଲାରେ ଚାର୍ଜଫ୍ରେମ୍ ହେବା ପୂର୍ବରୁ ବ୍ରିଜ ଭୂଷଣ ଶରଣ ସିଂ କୋର୍ଟରେ ଏକ ଆବେଦନ ଦାଖଲ କରି କହିଥିଲେ ଯେ ଘଟଣା ସମୟରେ ସେ ଭାରତରେ ଉପସ୍ଥିତ ନଥିଲେ। ତାଙ୍କ ସପକ୍ଷରେ ସେ ତାଙ୍କ କଲ୍ ରେକର୍ଡ (ସିଡିଆର୍) ଦାଖଲ କରିଥିଲେ | ତାଙ୍କ ବିରୋଧରେ ଯୋୖନ ନିର୍ଯ୍ୟାତନା ଅଭିଯୋଗର ଅଧିକ ତଦନ୍ତ କରିବାକୁ ସେ ଅନୁରୋଧ କରିଥିଲେ । କୋର୍ଟ ଏହି ମାମଲାର ତଦନ୍ତକାରୀ ଅଧିକାରୀଙ୍କୁ ପଚାରିଥିଲେ ଯେ, ଅଭିଯୁକ୍ତଙ୍କ ସିଡିଆର୍ ଏକ ବିଶ୍ୱସନୀୟ ଦସ୍ତାବିଜ୍ କି ନୁହେଁ? ତଦନ୍ତକାରୀ ଅଧିକାରୀ କହିଥିଲେ ସିଡିଆର୍ ଅବିଶ୍ୱସନୀୟ ଦସ୍ତାବିଜ୍ ନୁହେଁ ।

ଜୁନ ୧୫, ୨୦୨୩ରେ ଦିଲ୍ଲୀ ପୋଲିସ ଏକ ରିପୋର୍ଟ ଦାଖଲ କରି ଜଣେ ନାବାଳିକା କୁସ୍ତି ଖେଳାଳି ସହ ଜଡ଼ିତ ମାମଲାକୁ ବନ୍ଦ କରିବାକୁ ଅନୁରୋଧ କରିଥିଲା । କାରଣ ଏକ ନାଟକୀୟ ମୋଡ କ୍ରମେ ନାବାଳିକା ଖେଳାଳିଙ୍କ ବାପା ଦାବି କରିଥିଲେ ଯେ ସେ ପ୍ରତିଶୋଧ ପରାୟଣ ହୋଇ ବ୍ରିଜ ଭୂଷଣଙ୍କ ବିରୋଧରେ ଯୋୖନ ନିର୍ଯ୍ୟାତନା ନେଇ ମିଛ ଆରୋପ ଲଗାଇଥିଲା । ତେବେ ବ୍ରିଜ ଭୂଷଣଙ୍କ ବିରୋଧରେ ମହିଳା କୁସ୍ତି ଖେଳାଳିଙ୍କ ସହ ଜଡ଼ିତ ଅନ୍ୟ ମାମଲାରେ ତଦନ୍ତ ଜାରି ରହିଛି।

#Odia#Odisha#News
Share Article:

Related Articles