‘ନୋଟା’କୁ ଅଧିକ ଭୋଟ୍ ମିଳିଲେ ସାନି ମତଦାନ ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା, ନିର୍ବାଚନ କମିଶନଙ୍କୁ ନୋଟିସ୍
ନୂଆଦିଲ୍ଲୀ: ଇଭିଏମରେ ‘ନୋଟା’ ବିକଳ୍ପ ସମ୍ପର୍କରେ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ଯଦି କୌଣସି ପ୍ରାର୍ଥୀଙ୍କ ଅପେକ୍ଷା ‘ନୋଟା’କୁ ଅଧିକ ଭୋଟ୍ ମିଳେ ତେବେ ସେହି ଆସନରେ ସାନି ମତଦାନ କରିବାକୁ ଏହି ଆବେଦନରେ ଦାବି କରାଯାଇଛି । ସମାଜସେବୀ ତଥା ଲେଖକ ଶିବ ଖେରା ଏହି ଆବେଦନ କରିଛନ୍ତିି। ଯେଉଁ ପ୍ରାର୍ଥୀମାନେ ‘ନୋଟା’ ଠାରୁ କମ୍ ଭୋଟ୍ ପାଆନ୍ତି ସେମାନଙ୍କୁ ସମସ୍ତ ନିର୍ବାଚନରେ ୫ ବର୍ଷ [...]
ନୂଆଦିଲ୍ଲୀ: ଇଭିଏମରେ ‘ନୋଟା’ ବିକଳ୍ପ ସମ୍ପର୍କରେ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ଯଦି କୌଣସି ପ୍ରାର୍ଥୀଙ୍କ ଅପେକ୍ଷା ‘ନୋଟା’କୁ ଅଧିକ ଭୋଟ୍ ମିଳେ ତେବେ ସେହି ଆସନରେ ସାନି ମତଦାନ କରିବାକୁ ଏହି ଆବେଦନରେ ଦାବି କରାଯାଇଛି । ସମାଜସେବୀ ତଥା ଲେଖକ ଶିବ ଖେରା ଏହି ଆବେଦନ କରିଛନ୍ତିି।
ଯେଉଁ ପ୍ରାର୍ଥୀମାନେ ‘ନୋଟା’ ଠାରୁ କମ୍ ଭୋଟ୍ ପାଆନ୍ତି ସେମାନଙ୍କୁ ସମସ୍ତ ନିର୍ବାଚନରେ ୫ ବର୍ଷ ପାଇଁ ବାସନ୍ଦ କରିବାକୁ ମଧ୍ୟ ଆବେଦନକାରୀ ଦାବି କରିଛନ୍ତିି। ଏହାଛଡ଼ା ‘ନୋଟା’କୁ ଏକ କାଳ୍ପନିକ ପ୍ରାର୍ଥୀ ଭାବେ ଧରାଯିବା ଉଚିତ ବୋଲି ଯୁକ୍ତି କରିଛନ୍ତିି ଆବେଦନକାରୀ।
ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି ।
ଏପ୍ରିଲ ୨୨ରେ ଗୁଜରାଟର ସୁରଟ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରିପ୍ରେକ୍ଷୀରେ ଏହି ଆବେଦନ କରାଯାଇଛି। ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ଭାନିଙ୍କ ନାମାଙ୍କନ ପତ୍ର ଖାରଜ ସୋଇଯାଇଥିଲା। ତାଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକଙ୍କ ଦସ୍ତଖତ ମେଳ ହୋଇନଥିଲା । ତେଣୁ ତାଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିଲା। କୁମ୍ଭାନିଙ୍କ ନାମାଙ୍କନ ଖାରଜ ହେବା ପରେ ଅନ୍ୟ ୮ ଜଣ ପ୍ରାର୍ଥୀ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିଲେ। ଫଳରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ, ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ କମିଶନଙ୍କ ଦ୍ୱାରା ଭୋଟିଂ ମେସିନରେ ‘ନୋଟା (ନନ୍ ଅଫ୍ ଦି ଏବୋବ୍ ବା ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହ)’ ବିକଳ୍ପ ଦିଆଯାଇଥିଲା। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ନାଁ ଓ ଚିହ୍ନ ପରେ ‘ନୋଟା’ ବଟନ୍ ଶେଷରେ ଥାଏ | ଯଦି ଜଣେ ଭୋଟର କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ଚାହୁଁ ନାହାଁନ୍ତି ଅବା ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କୁ ନେଇ ସନ୍ତୁଷ୍ଟ ନୁହଁନ୍ତି, ତା’ହେଲେ ସେ ‘ନୋଟା’ ବଟନ୍ ଦବାଇ ସେମାନଙ୍କ ପ୍ରତି ନିଜ ଅସ୍ବୀକାର ଜଣାଇ ପାରିବେ। ଏହି ବଟନ୍ ବ୍ୟବହାର କରୁଥିବା ଭୋଟରଙ୍କ ଗୋପନୀୟତା ଉଲ୍ଲଂଘନ ହେବ ନାହିଁ । ଯଦି ପ୍ରାର୍ଥୀମାନଙ୍କ ଅପେକ୍ଷା ‘ନୋଟା’କୁ ଅଧିକ ଭୋଟ୍ ମିଳେ, ତେବେ ନିୟମ ଅନୁଯାୟୀ ଦ୍ବିତୀୟ ସର୍ବାଧିକ ଭୋଟ୍ ପାଇଥିବା ପ୍ରାର୍ଥୀ ନିର୍ବାଚିତ ଘୋଷିତ ହେବେ।
ଭାରତରେ ସେବା ବନ୍ଦ କରିବାକୁ ହ୍ବାଟସଆପର ଚେତାବନୀ
Next Articleବ୍ରିଜ ଭୂଷଣଙ୍କୁ ଝଟକା, ଯୌନ ନିର୍ଯାତନା ମାମଲାର ଅଧିକ ତଦନ୍ତ ପାଇଁ ଆବେଦନ ଖାରଜ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
