News Room Odisha
BREAKING
Odia

ହେମନ୍ତ ସୋରେନଙ୍କ ଅନ୍ତରୀଣ ଜାମିନ ଆବେଦନ ନେଇ ଇଡିଠୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅନ୍ତରୀଣ ଜାମିନ ଆବେଦନ ନେଇ ସୁପ୍ରିମକୋର୍ଟ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଠାରୁ ଜବାବ ମାଗିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଇଡିଙ୍କୁ ନୋଟିସ ଜାରି କରି ମେ ୬ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତିି। ଖଣ୍ଡପୀଠ କହିଥିଲେ ଏହି ମାମଲାରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୋରେନଙ୍କ ପିଟିସନ ଉପରେ ଝାଡ଼ଖଣ୍ଡ ହାଇକୋର୍ଟ [...]

Admin•April 29, 2024
Share Article:

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅନ୍ତରୀଣ ଜାମିନ ଆବେଦନ ନେଇ ସୁପ୍ରିମକୋର୍ଟ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଠାରୁ ଜବାବ ମାଗିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଇଡିଙ୍କୁ ନୋଟିସ ଜାରି କରି ମେ ୬ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତିି।

ଖଣ୍ଡପୀଠ କହିଥିଲେ ଏହି ମାମଲାରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୋରେନଙ୍କ ପିଟିସନ ଉପରେ ଝାଡ଼ଖଣ୍ଡ ହାଇକୋର୍ଟ ରାୟ ଶୁଣାଇ ପାରନ୍ତି। ହାଇକୋର୍ଟ ଫେବୃଆରୀ ୨୮ରେ ରାୟ ସଂରକ୍ଷିତ ରଖିଥିଲେ ।

ସୋରେନଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ସିବଲ ଏବଂ ଅରୁଣାଭ ଚୌଧୁରୀ କହିଥିଲେ ଯେ ତାଙ୍କ ମହକିଲ ଏହି ମାମଲାରେ ଅନ୍ତରୀଣ ଜାମିନ ଚାହୁଁଛନ୍ତି।

ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ ଦାୟର କରିଥିବା ଆବେଦନ ଉପରେ ହାଇକୋର୍ଟ ରାୟ ପ୍ରକାଶ କରୁନାହାଁନ୍ତି ବୋଲି ଅଭିଯୋଗ କରି ସୋରେନ ଏପ୍ରିଲ ୨୪ରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ।

#Odia#Odisha#News
Share Article:

Related Articles