News Room Odisha
BREAKING
Odia

କାଲିମେଳାରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: କହିଲେ ନବୀନ ଇଞ୍ଜିନ ହିଁ ସର୍ବୋତ୍ତମ

ମାଲକାନଗିରିରେ – ନିର୍ବାଚନ ପ୍ରଚାରର ଉଷ୍ମତା ମଧ୍ୟରେ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ କାଲିମେଳାରେ ଏକ ଜନସଭାକୁ ସମ୍ବୋଧନ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି। ଆଦିବାସୀ ଭାଇଭଉଣୀଙ୍କୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ବିଶେଷ କରି ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି ବୋଲି କାଲିମେଳା ସଭାରେ କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ରାଜ୍ୟରେ ନବୀନ ଇଞ୍ଜିନ ଯଥେଷ୍ଟ ବୋଲି ପାଣ୍ଡିଆନ କହିଛନ୍ତି। [...]

Admin•April 29, 2024
Share Article:

ମାଲକାନଗିରିରେ – ନିର୍ବାଚନ ପ୍ରଚାରର ଉଷ୍ମତା ମଧ୍ୟରେ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ କାଲିମେଳାରେ ଏକ ଜନସଭାକୁ ସମ୍ବୋଧନ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି।

ଆଦିବାସୀ ଭାଇଭଉଣୀଙ୍କୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ବିଶେଷ କରି ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି ବୋଲି କାଲିମେଳା ସଭାରେ କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ରାଜ୍ୟରେ ନବୀନ ଇଞ୍ଜିନ ଯଥେଷ୍ଟ ବୋଲି ପାଣ୍ଡିଆନ କହିଛନ୍ତି।

ସେ କହିଛନ୍ତି ଯେ, ପଡୋଶୀ ରାଜ୍ୟରେ ଡବଲ ଇଞ୍ଜିନ ଚାଲିଥିଲା। କିନ୍ତୁ ସେଠାରେ ଶାନ୍ତି ନାହିଁ। ଦିନେ ଅଶାନ୍ତ ଥିବା କାଲିମେଳାରେ ଏବେ ଶାନ୍ତି ଅଛି। ଏହା ହେଉଛି ନବୀନ ଇଞ୍ଜିନର ଫଳ । ଚଳିତ ନିର୍ବାଚନରେ ଯୋଡି ଶଙ୍ଖକୁ ଆଶୀର୍ବାଦ କରିବାକୁ ଅପିଲ୍ କରିଛନ୍ତି ପାଣ୍ଡିଆନ ।ମାଲକାନଗିରିବାସୀଙ୍କୁ ବିକାଶର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି ଯେ, ଜନତାଙ୍କ ସବୁ ସମସ୍ୟାର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାସ୍ତାଘାଟ, ଜମି ପଟ୍ଟାରୁ ଆରମ୍ଭ କରି ବିଭିନ୍ନ ମନ୍ଦିର, ଆଶ୍ରମ ଓ ମସଜିଦର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ।

#Odia#Odisha#News
Share Article:

Related Articles