News Room Odisha
BREAKING
Odia

କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର, ବିଜେଡି ପ୍ରାର୍ଥୀଙ୍କୁ ୯୫ ପ୍ରତିଶତ ଭୋଟରେ ଜିତାଇବାକୁ ଅପିଲ୍

ବ୍ରହ୍ମପୁର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି । କବିସୂର୍ଯ୍ୟନଗରରେ ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ ଲତିକା ପ୍ରଧାନ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍‌ସିପାତ୍ର ଏବଂ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ଭୋଟ ଦେଇ ନବୀନ ବାବୁଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ । [...]

Admin•May 1, 2024
Share Article:
କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର, ବିଜେଡି ପ୍ରାର୍ଥୀଙ୍କୁ ୯୫ ପ୍ରତିଶତ ଭୋଟରେ ଜିତାଇବାକୁ ଅପିଲ୍

ବ୍ରହ୍ମପୁର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି । କବିସୂର୍ଯ୍ୟନଗରରେ ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ ଲତିକା ପ୍ରଧାନ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍‌ସିପାତ୍ର ଏବଂ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ଭୋଟ ଦେଇ ନବୀନ ବାବୁଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ । ଦଳୀୟ ପ୍ରାର୍ଥୀଙ୍କୁ ୯୫ ପ୍ରତିଶତ ଭୋଟରେ ଜିତାଇବାକୁ ସେ ଅନୁରୋଧ କରିଥିଲେ ।

ଦୁଇଟିଯାକ ସଭାରେ ସେ ଖଲିକୋଟର ପୂଜ୍ୟ ରାଣୀ ମା’ ସୁଜ୍ଞାନ ଦେଓ ଓ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାଷଣ ଆରମ୍ଭ କରିଥିଲେ।

ସେ କହିଥିଲେ ଯେ, ଓଡିଶାର ପରିଚୟ ହେଉଛି ଶଙ୍ଖ ଚିହ୍ନ। ଉନ୍ନତିର ଚିହ୍ନ ଶଙ୍ଖ ଚିହ୍ନ। ନବୀନ ବାବୁଙ୍କ ଚିହ୍ନ ଶଙ୍ଖ ଚିହ୍ନ । ନବୀନ ପଟ୍ଟନାୟକ ଓ ସେ ସବୁବେଳେ ଲୋକମାନଙ୍କ ସହିତ ରହିଛୁ ଓ ରହିଥିବୁ। ସୁଖଦୁଃଖରେ ଅଛୁ, ସବୁଦିନେ ଭଲମନ୍ଦ ବୁଝୁଛୁ। ତେଣୁ ବିଜୁ ଜନତା ଦଳକୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି ପାଣ୍ଡିଆନ ଆହ୍ବାନ ଦେଇଥିଲେ।

ବିରୋଧୀଙ୍କୁ ପ୍ରବଳ ଆକ୍ରମଣ କରି ସେ କହିଲେ ଯେ, କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ବିରୋଧୀ ଦଳର ସ୍ଥିତି ନାହିଁ। ସେମାନେ କେଉଁଠି ଦିଶୁନାହାନ୍ତି । ନା ସେମାନେ ଲୋକଙ୍କ ସହିତ ଅଛନ୍ତି, ନା ସେମାନଙ୍କ ଭଲମନ୍ଦରେ ଅଛନ୍ତି । ସେମାନଙ୍କୁ ଦୂରରେ ରଖିବା ପାଇଁ ସେ କହିଥିଲେ। ସେମାନେ ବାରମ୍ବାର ଡବଲ ଇଞ୍ଜିନ, ଡବଲ ଇଞ୍ଜିନ କହୁଛନ୍ତି। କିନ୍ତୁ ତାଙ୍କ ସରକାର ଦେଉଛି ମାତ୍ର ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା। ଓଡିଶାରେ ନବୀନ ଇଞ୍ଜିନ ବହୁତ ମଜବୁତ। ନବୀନ ଇଞ୍ଜିନରେ ଓଡିଶା ବହୁତ ଭଲରେ ଚାଲିଛି ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ୨୪ ଘଣ୍ଟା କାମ କରୁଛନ୍ତି। କବିସୂର୍ଯ୍ୟନଗରକୁ ସେ ଖୁବ୍ ଭଲ ପାଆନ୍ତି। ମୁଖ୍ୟମନ୍ତ୍ରୀ ଦେଶର ଏକମାତ୍ର ନେତା, ଯିଏ କାମର ହିସାବ ଦେବାକୁ କହନ୍ତି। ସେଥିପାଇଁ ଓଡିଶାରେ, ସବୁ ଜାଗାରେ ଆମେ କାମର ହିସାବ ଦେଉଛୁ । ଏଭଳି କେଉଁ ରାଜ୍ୟରେ ବି ଦେଖିବାକୁ ମିଳିବ ନାହିଁ ବୋଲି ପାଣ୍ଡିଆନ କହିଛନ୍ତି।

ସେ କହିଛନ୍ତି ଯେ, କବିସୂର୍ଯ୍ୟନଗରରେ ୬୦ କୋଟିର କାମ ଚାଲିଛି। ଏଥିସହିତ ଆଠଗଡ ଜଗନ୍ନାଥ ମନ୍ଦିର ପାଇଁ ୨ କୋଟି, ପୁରୁଷୋତ୍ତମ ବ୍ଲକ ଗୁପ୍ତେଶ୍ବର ମନ୍ଦିର ପାଇଁ ୧.୨୦ କୋଟି, ବେଗୁନିଆପଡା ବ୍ଲକ ସିଦ୍ଧେଶ୍ବର ମନ୍ଦିର ପାଇଁ ୧ କୋଟି ଟଙ୍କା, ଶାଳିଆ ଡ୍ୟାମରୁ ବେଗୁନିଆପଡା ବ୍ଲକକୁ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୦୦ କୋଟି, ପୁରୁଷୋତ୍ତମପୁର ବ୍ଲକ୍‌ରେ ଋଷିକୂଲ୍ୟା ନଦୀବନ୍ଧ ପାଇଁ ୩୦ କୋଟି ଟଙ୍କାର କାମ ଚାଲିଛି ବୋଲି ପାଣ୍ଡିଆନ କହିଥିଲେ ।

ଦିଗପହଣ୍ଡିରେ ୫୦ କୋଟିର କାମ ଚାଲିଥିବା ପାଣ୍ଡିଆନ ପ୍ରକାଶ କରିଥିଲେ। ମା’ ନିଜବାଙ୍କେଶ୍ବରୀ ମନ୍ଦିର, ମହୁରୀକାଳୁଆ ମନ୍ଦିର ଏବଂ ଘଟେକେଶ୍ବର ମନ୍ଦିର ପାଇଁ ୪ କୋଟି ଟଙ୍କା, କୁକୁଡାଖଣ୍ଡି ବ୍ଲକ୍‌ରେ ଜଳସେଚନ ସୁବିଧା ଓ ବ୍ରହ୍ମପୁର ସହର ଓ ଗୋପାଳପୁର ଶିଳ୍ପାଞ୍ଚଳକୁ ଜଳଯୋଗାଣ ପାଇଁ ୩୨୪ କୋଟି ଟଙ୍କା, ଛେଳିଗଡ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ ଲାଇନ ପାଇଁ ୧୭୦ କୋଟି ଟଙ୍କା, ଜକମେରପାଲୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ପାଇଁ ୫୯ କୋଟି ଟଙ୍କା ଏବଂ ଦିଗପହଣ୍ଡି ବ୍ଲକର ୨୫ଟି ଗ୍ରାମପଞ୍ଚାୟତରେ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୧୬୫ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ ।

#Odia#Odisha#News
Share Article:

Related Articles