News Room Odisha
BREAKING
Odia

‘ମୋ’ ବୁଥ୍’ ଆପ୍ ର ଶୁଭାରମ୍ଭ

ଭୁବନେଶ୍ୱର – ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀ ପାଇଁ ‘ମୋ ବୁଥ ଆପ୍’ର ଶୁଭାରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ଏହି ଆପ୍ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଛି । ସହରାଞ୍ଚଳରେ ମତଦାନ ହାର ବୃଦ୍ଧି ପାଇଁ ଭୋଟର ସଚେତନତା ଲାଗି ଏହି ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ଦ୍ବାରା ଭୁବନେଶ୍ୱରରେ ସହଜରେ ପୋଲିଂ ବୁଥ ପାଇପାରିବେ ଭୋଟର। ଗୁଗୁଲ ମ୍ଯାପ୍ ଦ୍ବାରା ଜାଣିପାରିବେ ବୁଥ୍ [...]

Admin•May 15, 2024
Share Article:

ଭୁବନେଶ୍ୱର – ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀ ପାଇଁ ‘ମୋ ବୁଥ ଆପ୍’ର ଶୁଭାରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ଏହି ଆପ୍ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଛି । ସହରାଞ୍ଚଳରେ ମତଦାନ ହାର ବୃଦ୍ଧି ପାଇଁ ଭୋଟର ସଚେତନତା ଲାଗି ଏହି ଆପ୍ ପ୍ରସ୍ତୁତ କରାଯାଇଛି ।

ଏହି ଆପ୍ ଦ୍ବାରା ଭୁବନେଶ୍ୱରରେ ସହଜରେ ପୋଲିଂ ବୁଥ ପାଇପାରିବେ ଭୋଟର। ଗୁଗୁଲ ମ୍ଯାପ୍ ଦ୍ବାରା ଜାଣିପାରିବେ ବୁଥ୍ । କେଉଁ ବୁଥରେ କେତେ ଭିଡ଼ ଅଛି, ଭୋଟର ଜାଣିପାରିବେ। ପୋଲିଂ ପାର୍ଟି ଗଲେ କି ନାହିଁ, ମକ୍ ପୋଲ୍ ଠିକ ସମୟରେ ହେଲାକି ନାହିଁ, ସନ୍ଧ୍ୟା ବେଳେ ପୋଲିଂ ସାରିକି ପୋଲିଂ ପାର୍ଟି ବାହାରିଲେ କି ନାହିଁ, ଏହି ଆପ୍ ଦ୍ୱାରା ଜାଣିହେବ। କୌଣସି ପୋଲିଂ ସମସ୍ୟା ଥିଲେ ମଧ୍ଯ ତାହା ଆପରୁ ଜାଣି ହେବ ।
ଆଇନ ଶୃଙ୍ଖଳା, ଇଭିଏମ୍ ସମସ୍ୟା ବିଷୟରେ ‘ମୋ ବୁଥ’ ଆପ୍ ଦ୍ୱାରା ଭୋଟର ଜାଣି ପାରିବେ। ଏହି ଆପ୍ ପ୍ରସ୍ତୁତ ପାଇଁ ମୁଖ୍ଯ ନିର୍ବାଚନ ଅଧିକାରୀ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ଧନ୍ଯବାଦ ଦେଇଛନ୍ତି।

#Odia#Odisha#News
Share Article:

Related Articles